ଡେଙ୍ଗୁ ରୋକିବାକୁ ବିଏମସିର ନୂଆ ପଦକ୍ଷେପ, ପାଣି ଜମୁଥିଲେ ଦେବେ ଜରିମାନା

ଭୁବନେଶ୍ବରରେ ଡେଙ୍ଗୁ ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ପାଣି ଜମୁଥିଲେ ଦେବାକୁ ପଡିବ ଜରିମାନା। ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗ ଡରାଉଥିବାବେଳେ ସ୍ବାଧୀନତା ଦିବସ ପରଠୁ ନୂଆ ପଦକ୍ଷେପ ନେବାକୁ ଯାଉଛି ବିଏମସି। ଘରେ ପାଣି ଜମା ହେଉଥିଲେ ହଜାରେ ଟଙ୍କା ତଣ୍ଡ ଗଣିବେ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ଡେଙ୍ଗୁ ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ପାଣି ଜମୁଥିଲେ ଦେବାକୁ ପଡିବ ଜରିମାନା। ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗ ଡରାଉଥିବାବେଳେ ସ୍ବାଧୀନତା ଦିବସ ପରଠୁ ନୂଆ ପଦକ୍ଷେପ ନେବାକୁ ଯାଉଛି ବିଏମସି। ଘରେ ପାଣି ଜମା ହେଉଥିଲେ ହଜାରେ ଟଙ୍କା ତଣ୍ଡ ଗଣିବେ । ବ୍ୟବସାୟିକ ଅନୁଷ୍ଠାନ ଓ ଅଫିସ ଆଦିରେ ପାଣି ଜମା ହୋଇ ରହୁଥିଲେ ୫ ହଜାର ଟଙ୍କା ଫାଇନ କଟାଯିବ । ଡେଙ୍ଗୁ ରୋକିବା ପାଇଁ ଲୋକଙ୍କ ସହଯୋଗ କାମନା କରିବା ସହ ସଚେତନ ରହିବା ପାଇଁ ଅପିଲ ଜାରି କରିଛନ୍ତି ବିଏମସି କମିଶନର । ଡେଙ୍ଗୁ ଯାଞ୍ଚ ପାଇଁ ଗଠନ ହେବ ସ୍ବତନ୍ତ୍ର ଟିମ।

ବିଏମ୍‌ସିର ପରିମଳ ଟିମ୍‌ ଘରଘର ବୁଲି ଏହା ଯାଞ୍ଚ କରିବେ। ଯେଉଁଠି ଯାଞ୍ଚ କର୍ମଚାରୀଙ୍କୁ ମଶା ବଂଶ ବୃଦ୍ଧି ପାଇବା ଆଶଙ୍କା ଦେଖାଯିବ, ସଙ୍ଗେସଙ୍ଗେ ସମ୍ପୃକ୍ତ ଘର ମାଲିକଙ୍କୁ ଜରିମାନା ହେବ। ଏହି କାର୍ଯ୍ୟାନୁଷ୍ଠାନ ଆସନ୍ତା ୧୫ ତାରିଖଠାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.