ଚିନ୍ତା ବଢାଇଲା ନୂଆ କରୋନା ଭୂତାଣୁ EG.5: ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା କରିଛି WHO

କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନ୍ ଏବଂ ଆମେରିକାରେ ବ୍ୟାପୁଥିବା ନୂଆ କରୋନା ଷ୍ଟ୍ରେନ୍ ଉପରେ ନଜର ରଖାଯାଇଥିବା କହିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁକୁ ନେଇ ବିପଦ । ଚିନ୍ତା ବଢାଇଲା EG.5 । ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା କରିଛି WHO । କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନ୍ ଏବଂ ଆମେରିକାରେ ବ୍ୟାପୁଥିବା ନୂଆ କରୋନା ଷ୍ଟ୍ରେନ୍ ଉପରେ ନଜର ରଖାଯାଇଥିବା କହିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ । ଏହା କେତେ ସଂକ୍ରାମକ ସେ ବିଷୟରେ ଅନୁଧ୍ୟାନ କରାଯାଉଥବା ଟେଡ୍ରୋସ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଭୂତାଣୁକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । EG.5 କରୋନା ଭୂତାଣୁ ଯୋଗୁଁ ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଇଛି । ଏହା ଏକ ନୂଆ ପ୍ରକାର ଭୂତାଣୁ ହୋଇଥିବାରୁ ଟିକା ଏହା ଉପରେ କେତେ ପ୍ରଭାବୀ ତାହାର ଅନୁଧ୍ୟାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.