Below header

ମାଲକାନଗିରି : ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା : ୪ ମୃତ ଦେହ ଉଦ୍ଧାର

ମାଲକାନଗିରି (କେନ୍ୟୁଜ୍) : ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର । ନିଖୋଜ ଥିବା ୪ ଜଣଙ୍କ ମୃତ ଦେହ ଆଜି ନାଳ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ଗତକାଲି ଚାଷ କାମ ପାଇଁ ଡଙ୍ଗାରେ ୭ ଜଣ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ୪ ଜଣଙ୍କୁ ଉଦ୍ଧାର ପାଇଁ ଗତକାଲିଠାରୁ ଉଦ୍ୟମ କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.