Below header

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦିରେ ନୂଆଁଖାଇ ପର୍ବ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ ଜିଲ୍ଳା ଯୋରନ୍ଦାର ପ୍ରସିଦ୍ଧ ମହିମା ଗାଦିରେ ପାଳନ ହୋଇଛି ନୂଆଁ ଖାଇ ପର୍ବ । ଏଥିପାଇଁ ପୀଠରେ ମହିମା ଧର୍ମାବଲମ୍ବୀମାନଙ୍କ ଭିଡ ଜମିଥିଲା । ବିଧି ଅନୁସାରେ ଭାଦ୍ରବ ଦ୍ୱିତୀୟା ତିଥିରେ ଏଠାରେ ନୂଆଁଖାଇ ପାଳନ କରାଯାଏ । ପରେ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ସହ ଅନ୍ୟ ସବୁ ମହିମା ଗାଦିରେ ପାଳନ ହୋଇଥାଏ ।

joranda nuakhaiଏହି ଅବସରରେ ମହିମା ଧର୍ମାବଲମ୍ବୀମାନେ ସୂର୍ଯ୍ଯ ଉଦୟ ପୂର୍ବରୁ ଉଠି ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରିଥିଲେ । ପରେ ନୂଆ ଚୁଡା, ଦହି, ଘିଅ, କ୍ଷୀର, ଗୁଡ, ମହୁ, ଛେନା ଓ ବିଭିନ୍ନ ଫଳ ଆଦି ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ନବାନ୍ନ ଭୋଗ । ଶୂନ୍ୟବ୍ରହ୍ମଙ୍କୁ ସମର୍ପିତ କରିବା ପରେ ସମାଜର ମଙ୍ଗଳ କାମନା କରି ସମସ୍ତେ ଏକାଠି ବସି ନବାନ୍ନ ସେବନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.