Below header

ମୁମ୍ବାଇରେ ଅଳିଆ ଉଠାଉଛନ୍ତି ବଲିଉଡର ଏହି ଅଭିନେତା, ୯ ବର୍ଷ ହେବ ଗୋଟିଏ ବି ଫିଲ୍ମ ହୋଇନି ହିଟ୍

ମୁମ୍ବାଇ ସଡକରେ ଜେକି ଭଗନନୀ । ଅପରିଷ୍କାର କପଡାରେ ଅଳିଆ ଉଠାଉଛନ୍ତି ବଲିଉଡ୍ ଅଭିନେତା । ଶେଷ ଥର ୨୦୧୫ରେ ଆସିଥିବା ଫିଲ୍ମ ୱେଲକମ୍ ୨ କରାଚୀ ନଜର ଆସିଥିଲେ ଜେକି । ଏହା ପରେ ହୋଇଯାଇଥିଲେ ଗାୟବ । ହେଲେ ଏମିତି କଣ ଅବସ୍ଥା ହେଲା ଯେ ଅଳିଆ ଉଠାଉଛନ୍ତି ପ୍ରତିଷ୍ଠିତ ପ୍ରଯୋଜକ ବାସୁ ଭଗନନୀଙ୍କ ପୁଅ । ହେଲେ ଜେକି ମୁମ୍ବାଇ ସଡକରେ ଅଳିଆ ଉଠାଉଥିବାର ଦେଖି ସମସ୍ତଙ୍କର ଆଶ୍ଚର୍ଯ୍ଯର ସୀମା ରହିନଥିଲା । ଫଟୋଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

jacckyତେବେ ଆପଣ ଯଦି ଜେକିଙ୍କ ଫ୍ୟାନ୍ ତେବେ ଚିନ୍ତା କରନ୍ତୁ ନାହିଁ । ପ୍ରକୃତରେ ଏକ ସର୍ଟ ଫିଲ୍କର ସୁଟିଂରେ ବ୍ୟସ୍ତ ଜେକି । ସେହି ସିନେମାର ଏକ ସିନ୍ ଅଛି ଯେଉଁଥିରେ ଜେକି ଡଷ୍ଟବିନ୍ ଉଠାଉଛନ୍ତି । ତେବେ ଫିଲ୍ମର ନା କି କାହାଣୀ ବିଷୟରେ କିଛି ସୂଚନା ମିଳିନି । ଏହି ଫଟୋ ସେତିକିବେଳେ ନିଆଯାଇଥିଲା ଯେତେବେଳେ ଜେକି ମୁମ୍ବାଇର ବାନ୍ଦ୍ରାରେ ସୁଟିଂ କରୁଥିଲେ । ଏହା ସହ ଖୁବ୍ ଶୀଘ୍ର ଜେକି ଫିଲ୍ମ ମିତ୍ରୋରେ ମଧ୍ୟ ନଜର ଆସିବେ । ଫିଲ୍ମଟି ୧୪ ସେପ୍ଟେମ୍ବରରେ ରିଲିଜ୍ ହେବ ।

ଏହା ସହ ପଢନ୍ତୁ ’ବିଗ ବସ’ ୧୨ରେ ସଲମାନଙ୍କର ଗୋଟେ ଏପିସୋଡର ପାରିଶ୍ରମିକ ୩୦୦ କୋଟି ! ଜାଣନ୍ତୁ ଆଉ କଣ ରହିଛି ଡିମାଣ୍ଡ

କଲ୍ କିସନେ ଦେଖା ଏବଂ ଫାଲତୁ ଭଳି ସିନେମାରୁ ପରିଚୟ ସୃଷ୍ଟି କରିଥିଲେ ଜେକି ଭଗନନୀ । ଶେଷ ଥର ପାଇଁ ୨୦୧୫ରେ ଆସିଥିବା ଫିଲ୍ମ ୱେଲକମ୍ ୨ କରାଚୀ ନଜର ଆସିଥିଲେ ଜେକି । ଏହା ପରେ କିଛି ସିନେମାର ଜେକି ପ୍ରଯୋଜନା କରିଥିଲେ ସତ ଅଭିନୟରେ ଫେଲ୍ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.