ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼ : ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଆମେରିକା ଛୁଇଁବ

ମାଡ଼ି ଆସୁଛି ଫ୍ଲୋରେନ୍ସ ଝଡ଼ । ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଆମେରିକା ସ୍ପର୍ଶ କରିବା ପୂର୍ବାନୁମାନ କରାଯାଉଛି । ସାମୁଦ୍ରିକ ଝଡ଼ ଘଣ୍ଟାକୁ ୭୫ କିଲୋମିଟର ବେଗରେ ଗତି କରୁଛି । ଫ୍ଲୋରେନ୍ସ ଭୂଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବ । ଏଥିପାଇଁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫ୍ଲୋରେନ୍ସ ଝଡକୁ ୪ ନମ୍ବର ବିପଦ ସଙ୍କେତ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । ତଟରକ୍ଷୀ ବାହିନୀ ଓ ନୌସେନାକୁ ସଜାଗ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.