ବନ୍ଦ ଘରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ସ୍ବାମୀଙ୍କର ନାହିଁ ଖୋଜଖବର

ମୟୂରଭଞ୍ଜ (କେନ୍ୟୁଜ): ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ୨୬ ନମ୍ବର ୱାର୍ଡ ଭୁଗୁଡାକଟା ଅଞ୍ଚଳରେ । ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଡଶି ପୋଲିସକୁ ଖବର ଦେଇଥିଲେ । ବାରିପଦା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ମୃତକ ମହିଳା ଜଣକ ହେଉଛନ୍ତି ବାବୁ ସିଂଙ୍କ ସ୍ତ୍ରୀ ଆରତୀ ସିଂ ।

ସୂଚନାଯୋଗ୍ୟ ଯେ ଆରତୀଙ୍କ ସ୍ବାମୀ ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ ଆରତୀଙ୍କ ସହିତ ଝଗଡା କରିଥିଲେ। ତେବେ ସେହିଦିନଠାରୁ ସ୍ବାମୀ ବାବୁ କୁଆଡେ ଚାଲି ଯାଇଥିବା ବେଳେ ତାଙ୍କର ଖୋଜ ଖବର ନଥିଲା । ସେହିଦିନଠାରୁ ଆରତୀଙ୍କୁ ଘର ବାହାରକୁ ଆସିଥିବା କେହି ଦେଖିନାହାନ୍ତି ବୋଲି ପଡୋଶୀ କହିଛନ୍ତି । ତେବେ ମଙ୍ଗଳବାର ଘର ଭିତରୁ ଗଳିତ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଲାଗିଥିବା ସ୍ଥାନୀୟ ଲୋକେ କହିଥିବା ବେଳେ ବେଳେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.