ବୃଦ୍ଧଙ୍କ ଗଳାକାଟି ବୀଭତ୍ସ ହତ୍ୟା

ଘଟଗାଁ : ବୃଦ୍ଧଙ୍କୁ ଗଳାକାଟି ବୀଭତ୍ସ ଭାବେ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମରେ। ମୃତ ବୃଦ୍ଧ ଜଣକ ଘଷିପୁରା ବ୍ଳକ ଅନ୍ତର୍ଗତ ମାର୍ଶାପାଳ ଗ୍ରାମର ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳେ ମେଲାଣ ଗ୍ରାମ ନିକଟସ୍ଥ ରାସ୍ତା କଡରେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାବତ୍‌ ଜଣାପଡିନି, କିନ୍ତୁ ତଦନ୍ତ ପରେ ବହୁତ ଜଲଦି ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.