ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା ପ୍ରକୃତରେ ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ହତ୍ୟା: ବଲାଙ୍ଗିର ଏସ୍‌ପି

ବଲାଙ୍ଗିର(କେନ୍ୟୁଜ୍‌): ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା, ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତି ସମେତ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଲାଙ୍ଗିର ଟାଉନ ଥାନା ପୋଲିସ। ପୂର୍ବ ଶତ୍ରୁତାରୁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଛି।

ହତ୍ୟା ଉଦ୍ୟମ କରି ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା ବୋଲି ଏସ୍‌ପି କହିଛନ୍ତି। ଟ୍ରକ୍‌ରେ ୨ଜଣ ଥିଲେ, କିଏ ଗାଡ଼ି ଚଲାଉଥିଲା ତାର ତଦନ୍ତ ଚାଲିଛି।

ଗତ ଶନିବାର ବଲାଙ୍ଗିର ଆରଟିଓ ଛକରେ ଏକ ୪୦୭ ଟ୍ରକ, ଇନୋଭା ଓ ବାଇକ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଗୁରୁତର ହୋଇଥିଲେ । ସେମାନଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ସିସିଟିଭି ଫୁଟେଜ୍‌ ଆସିଲା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରିଥିଲା ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.