ଗଞ୍ଜେଇ କାରବାରକୁ ନେଇ ଫୁଲବାଣୀ ବନ୍ଧସାହିରେ ବୋମାମାଡ଼

ଫୁଲବାଣୀ : ଗଞ୍ଜେଇ କାରବାରକୁ ନେଇ ବୋମାମାଡ଼। ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବନ୍ଧସାହିରେ ଗତକାଲି ବିଳମ୍ବିତ ରାତିରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି।
ଟିଟନ ବେହେରାଙ୍କ ପରିବାରଲୋକେ ଘର ଭିତରେ ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି ଘର ଉପରେ ବୋମା ଫିଙ୍ଗି ଚାଲିଯାଇଥିଲେ। ତେବେ ଘର ଭାଙ୍ଗିଯାଇଥିବାବେଳେ କାହାରି କୌଣସି କ୍ଷତି ହୋଇନାହିଁ। ଏନେଇ ଟିଟନଙ୍କ ପରିବାର ପକ୍ଷରୁ ଫୁଲବାଣୀ ଟାଉନ ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।