ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ

ଭୁବନେଶ୍ବର: ଥଣ୍ଡାରେ ଥରିବ ସାରା ଓଡ଼ିଶା। ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ। ଗତ ଦୁଇ ଦିନ ହେଲା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ଖସିଆସିଛି।

ଆଗକୁ ଆହୁରି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସାରା ରାଜ୍ୟରେ ଶୀତ ଲହରୀ ଆରମ୍ଭ ହୋଇଯିବ। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ହାଲୁକା ଶୀତ ସାଙ୍ଗକୁ ପ୍ରକୃତି ଉପରେ କୁହୁଡିର ଧଳା ଚାଦରର ଆସ୍ତରଣର ଦୃଶ୍ୟ ବେଶ ମନୋରମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.