ପରିସ୍ରା ଜଳାପୋଡ଼ା ପରି ସମସ୍ୟାରୁ ମୁକ୍ତି ଦେଇପାରେ ଏହି ସାଧାରଣ ଘରୋଇ ମସଲା

ପରିସ୍ରା  ସମୟରେ ଜଳାପୋଡ଼ା ହେବା ଏକ ସାଧାରଣ ସମସ୍ୟା । କିନ୍ତୁ ଯଦି ଜଳାପୋଡ଼ା ଅଧିକ ହୁଏ ତ ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇପାରେ । କାରଣ ପରବର୍ତ୍ତୀ ସମୟରେ ଆପଣଙ୍କ କିଡ୍ନୀ ଉପରେ ଏହାର କୁପ୍ରଭାବ ପଡିପାରେ ବା ଏହା କିଡ୍ନୀ ରୋଗର ପ୍ରଥମ ଲକ୍ଷଣ ହୋଇପାରେ । ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଡିସ୍ୟୁରିଆ ବି କୁହାଯାଏ । ଏଥିରେ ଜଳା ପୋଡା ସହିତ ଯନ୍ତ୍ରଣା ବି ହୋଇଥାଏ । କିନ୍ତୁ ଯଦି ପ୍ରାରମ୍ଭିକ ସ୍ତରରୁ ଯତ୍ନ ନିଆଯାଏ ତେବେ ଏହି ଗମ୍ଭୀର ରୋଗରୁ ଅନେକାଂଶରେ ମୁକ୍ତି ମିଳିପାରିବ । ଜାଣନ୍ତି କି ଲବଙ୍ଗ, ଡାଲଚିନି ପରି ସାଧାରଣ ଘରୋଇ ଆୟୁର୍ବେଦୀୟ ମସଲା ଦ୍ୱାରା ବି ଏହି ଚିକିତ୍ସା କରାଯାଇପାରିବ । ଅଥବା ଏହାକୁ ଡିସ୍ୟୁରିଆ ରୋଗର ସବୁଠୁ ସହଜ ଓ ସରଳ ଉପଚାର ଭାବରେ ବି ଧରା ଯାଇପାରିବ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ଓ ଡାଲଚିନି ବ୍ୟବହାର କରି କିପରି ଭାବରେ ଏହି ଜଟିଳ କିଡ୍ନୀ ରୋଗର ଉପଚାର କରାଯାଇପାରିବ ।

elaichi

ଶରୀର ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ଲବଙ୍ଗ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ସମେତ ଆଣ୍ଟି ଇମଫେମେଟେରୀ ଗୁଣ ବି ଭରପୁର ଥାଏ । କିନ୍ତୁ ଧ୍ୟାନରେ ରଖିବେ ଲବଙ୍ଗ ଖୁବ ଗରମ । ମାତ୍ରାଧିକ ସେବନ ଶରୀରକୁ କ୍ଷତି ବି ପହଞ୍ଚାଇ ପାରେ । ଡିସ୍ୟୁରିଆ ରୋଗରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଗୋଟେ ଗ୍ଲାସ ଉଷୁମ ପାଣିରେ କିଛି ବୁନ୍ଦା ଲବଙ୍ଗ ତେଲ ପକାଇ ନିୟମିତ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତୁ । କିଛି ଦିନ ଭିତରେ ପରିସ୍ରା ଜଳାପୋଡ଼ା ସମସ୍ୟା ଗାୟବ ହୋଇଯିବ । ଖାଲି ସେତିକି ନୁହେଁ କେଶ ଝଡ଼ିବା ସମସ୍ୟାରୁ ଆରମ୍ଭ କରି ପେଟ ସମସ୍ୟା ପର୍ଯ୍ୟନ୍ତ ସମସ୍ୟାର ମଧ୍ୟ ଏହି ଔଷଧ ମାଧ୍ୟମରେ ଉପଚାର ହୋଇପାରିବ ।

elaichi

ସାଧାରଣତଃ ସ୍ୱାଦ ବଢାଇବା ପାଇଁ ଅଥବା ବାସ୍ନା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ । ମୁଖ ଦୁର୍ଗନ୍ଧରୁ ଏହା ମୁକ୍ତି ଦେଇଥାଏ । ଏହା ଛଡ଼ା ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ପରିସ୍ରା ସମସ୍ୟାରୁ ମୁକ୍ତି ଦେବା ସହ ଜଳାପୋଡ଼ା ମଧ୍ୟ କମାଇ ଦେଇପାରେ । ପ୍ରତିଦିନ ଉଷୁମ କ୍ଷୀରରେ ଗୁଜୁରାତି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ବି ଡିସ୍ୟୁରିଆ ପରି ସମସ୍ୟାରୁ ମୁକ୍ତି ମିଳିପାରେ । କିଡ୍ନୀର ସ୍ୱାସ୍ଥ୍ୟ ବୃଦ୍ଧି କରିବାରେ ବି ଏହା ଖୁବ ଲଭଦାୟୀ ହୋଇପାରେ । ଏସିଡ଼ିଟି ସମସ୍ୟାରୁ ବି ଏହା ରକ୍ଷା କରିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.