କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ଼

କେନ୍ଦୁଝର(କେନ୍ୟୁଜ୍):  ବିଧାୟକଙ୍କ ଗାଡିକୁ ବୋମାମାଡ଼। କେନ୍ଦୁଝର ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ବୋମାମାଡ଼କୁ  ନେଇ  ବିଧାୟକ ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

mohan majhi

ଅଭିଯୋଗ ଅନୁସାରେ ବିଧାୟକ ମୋହନ ମାଝୀ ଏକ ମିଟିଂ ସାରି ଫେରୁଥିବା ବେଳେ କେନ୍ଦୁଝର ଟାଉନ ଥାନା ଅଧିନସ୍ଥ ମାଣ୍ଡୁଆ ନିକଟରେ ଦୁଇଜଣ ବାଇକରେ ଆସି କାର ଉପରକୁ ବୋମାମାଡ଼ କରିଫେରାର ହୋଇଯାଇଥିଲେ। ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି ସାମନ୍ୟ କ୍ଷତି ହୋଇଥିବା  ବେଳେ ବିଧାୟକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.