Below header

ପାକିସ୍ତାନର ପ୍ରସିଦ୍ଧ ପରମାଣୁ ବୈଜ୍ଞାନିକ ଡ. ଅବଦୁଲ କାଦିର ଖାନଙ୍କ ପରଲୋକ, ଗଭୀର ଶୋକବ୍ୟକ୍ତ କଲେ ଇମ୍ରାନ ଖାନ

ପାକିସ୍ତାନର ପ୍ରସିଦ୍ଧ ପରମାଣୁ ବୈଜ୍ଞାନିକ ଡ. ଅବଦୁଲ କାଦିର ଖାନଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଡ. ଖାନଙ୍କୁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ଭାବେ ବିବେଚନା କରାଯାଇଥାଏ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯାହା ପରେ ତାଙ୍କୁ ଖାନ ରିସର୍ଚ୍ଚ ଲାବୋରେଟୋରୀ (KRL) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳ ୭ଟା(ସ୍ଥାନୀୟ ସମୟ)ରେ ସେ ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଖବର ଅନୁଯାୟୀ, ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ରବିବାର ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଡ. ଖାନଙ୍କ ଦେହାନ୍ତରେ ଗଭୀର ଦୁଃଖପ୍ରକାଶ କରିଛନ୍ତି। ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, ‘ଡ. ଅବଦୁଲ କାଦିର ଖାନଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ସମଗ୍ର ଦେଶ ତାଙ୍କୁ ବହୁତ ଭଲ ପାଏ। ସେ ଦେଶର ସୁରକ୍ଷା ପାଇଁ ଆମକୁ ପରମାଣୁ ଅସ୍ତ୍ର ଦେଇଛନ୍ତି। ପାକିସ୍ତାନର ନାଗରିକମାନଙ୍କ ପାଇଁ ସେ ଜଣେ ହିରୋ ଥିଲେ’।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ଶୋକ ବ୍ୟକ୍ତ କରି କହିଛନ୍ତି କି, ‘ପରମାଣୁ ବୈଜ୍ଞାନିକ ଡ. ଅବଦୁଲ କାଦିର ଖାନଙ୍କ ପରଲୋକରେ ତାଙ୍କୁ ଗଭୀର ଆଘାତ ଲାଗିଛି। ଆମ ଦେଶ ପାଇଁ ଏହା ବହୁତ ବଡ କ୍ଷତି’। ସେ କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଦେଶ ପାଇଁ କରିଥିବା ତାଙ୍କ କାର୍ଯ୍ୟକୁ ସମ୍ମାନ କରିବ। ତାଙ୍କ ହେତୁ ଆମ ପ୍ରତିରକ୍ଷା କ୍ଷମତା ବହୁତ ଶକ୍ତିଶାଳୀ ହେଲା। ସମଗ୍ର ଦେଶ ତାଙ୍କ ନିକଟରେ ଋଣି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.