କାମାକ୍ଷାନଗର ବୋମାମାଡ଼ ଘଟଣା, ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

କାମାକ୍ଷାନଗର(କେ ନ୍ୟୁଜ):  ବୋମା ମାଡରେ ଥରି ଉଠିଲା କାମାକ୍ଷାନଗର। ଫୁଟିଲା ୬ ରାଉଣ୍ଡ ଗୁଳି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।ଗତକାଲି ରାତି ପ୍ରାୟ ୧୦ଟା ରେ ସାରଙ୍ଗଧର ଷ୍ଟାଡିୟମ୍‌ ନିକଟରେ ଏହି ବୋମା ଓ ଗୁଳିମାଡ ହୋଇଛି।

ଗୁରୁତର ୩ଜଣଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବୋମା ମାଡର କାରଣ ଜଣାପଡିନଥିବାବେଳେ କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.