ଅସହାୟଙ୍କୁ ରେମଡେସିଭର ବାଣ୍ଟିଲେ ସୋନୁ ସୁଦ୍: ଶକ୍ତ ହେଲେ ବମ୍ବେ ହାଇକୋର୍ଟ, ଦେଲେ ତଦନ୍ତ ନିର୍ଦ୍ଦେଶ

ସୋନୁ ସୁଦଙ୍କ କାର୍ଯ୍ୟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦେଶରେ କରୋନା ମେଡିସିନ ରେମଡେସିଭର କଳାବଜାରୀକୁ ଦୃଷ୍ଟିରେ ରଖି ସୋନୁ ସୁଦ ଓ କଂଗ୍ରେସ ଏମ୍ଏଲଏ ଜିଶାନ ସିଦ୍ଦିକିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଏହି କେସର ଶୁଣାଣି ଅବସରରେ ବମ୍ବେ ହାଇକୋର୍ଟ ଉଭୟଙ୍କ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ତଦନ୍ତ କରିବାକୁ କୋର୍ଟକୁ କହିଛନ୍ତି ମହାରାଷ୍ଟ୍ର ସରକାର।

ଆଡ଼ଭୋକେଟ୍ ଜେନେରାଲ ଆଶୁତୋଷ କହିଛନ୍ତି- ଜିଶାନ ସିଦ୍ଦିକି BDR ନାମକ ଫାଉଣ୍ଡେସନ ସଂସ୍ଥା ଚଳାଉଥିବା ଦେଖିବାକୁ ମିଳିଛି। ଏହି ସଂସ୍ଥା ମାଧ୍ୟମରେ ସେ ଅସହାୟଙ୍କୁ ସାହାଯ୍ୟ କରିବା ସହ ରେମଡେସିଭର ବି ଯୋଗାଉଛନ୍ତି। ମାତ୍ର ନିୟମ ଅନୁସାରେ ଏହି ଡ୍ରଗ୍ସ ସପ୍ଲାଏ କରିବାକୁ କାହାରିକୁ ବି ଅନୁମତି ମିଳିନାହିଁ। ଏଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ମେଡିସିନର କଳା ବଜାରୀ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ ସୋନୁ ସୁଦ ମଧ୍ୟ ଲୋକଙ୍କୁ ଏହି ମେଡିସିନ ପ୍ରଦାନ କରୁଛନ୍ତି। ତେବେ ସିପଲା କମ୍ପାନୀରୁ ଔଷଧ ଆଣି ଏମାନେ ସପ୍ଲାଏ କରୁଥିବା ଜଣାଯାଇଛି। କୋର୍ଟ କହିଛନ୍ତି ଯେ ସରକାରଙ୍କ ବ୍ୟତୀତ ଆଉ କାହାକୁ ବି ଏହି ଜୀବନରକ୍ଷାକାରୀ ଔଷଧ ଦେବା ମନା। କିନ୍ତୁ କଳାବଜାରୀ ଯୋଗୁ ଲୋକମାନେ ଏହି ଔଷଧ ସିଧାସଳଖ କମ୍ପାନୀରୁ କିଣୁଛନ୍ତି। ଯାହା ଭୁଲ। ଏହାର ତଦନ୍ତ ହେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.