ଚାନ୍ଦବାଲି : ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମାମାଡ, ଦୁଇ ଗୁରୁତର ଏବଂ ୨ ଆହତ

ଚାନ୍ଦବାଲି (କେନ୍ୟୁଜ୍) : ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମାମାଡ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଓରାସାହି ବାଲିକୁରି ଛକରେ ବୋମାମାଡ ହୋଇଛି। ଏଥିରେ ୨ଜଣ ଚିଙ୍ଗୁଡି ବ୍ୟବସାୟୀ ଗୁରୁତର ହୋଇପଡିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚାନ୍ଦବାଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଧାମରା-ଚାନ୍ଦବାଲି ରାସ୍ତା ବାଲିକୁରି ନିକଟରେ ଏହି ୪ଜଣ ଛିଡା ହୋଇଥିବାବେଳେ ୩ଜଣ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଥିଲେ। ପୂର୍ବ ଶତୃତାକୁ ନେଇ ଏହି ବୋମାମାଡ ହୋଇଛି। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.