Below header

କରଞ୍ଜିଆରେ ଦେଢ ମାସ ଧରି ଆତଙ୍କ ଖେଳାଇ କେନ୍ଦୁଝରରେ ପଶିଲେ ୨୨ ହାତୀ

କେନ୍ଦୁଝର (କେନ୍ୟୁଜ୍) : ମୟୁରଭଞ୍ଜ ଛାଡିଲେ କେନ୍ଦୁଝରରେ ପଶିଲେ । କରଞ୍ଜିଆ ବନଖଣ୍ଡ ଛାଡ଼ିଲେ ୨୨ ଝାଡ଼ଖଣ୍ଡ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ସୁକୃଳି ବ୍ଲକ ଦେଇ ବୈତରଣୀ ନଦୀ ପାର ହୋଇଛନ୍ତି ହାତୀ ପଲ । ଏହି ୨୨ଟିକିଆ ହାତୀ ପଲ ପ୍ରାୟ ମାସେରୁ ଅଧିକ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲେ । ପ୍ରାୟ ୬୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀ ଆକ୍ରମଣରେ ଜଣଙ୍କ ଜୀବନ ମଧ୍ୟ ଯାଇଛି । ଏବେ ହାତୀ ପଲ ଫେରିଯିବାରୁ ଆଶ୍ୱସ୍ତ ହୋଇଛନ୍ତି ଗ୍ରାମବାସୀ । ଏହି ହାତୀପଲ ମୟୁରଭଞ୍ଜରୁ ପୁଣି କେନ୍ଦୁଝର ଚମ୍ପୁଆ ରେଞ୍ଜକୁ ଫେରିଛନ୍ତି । ଗତକାଲି ରାତିରେ ନନ୍ଦପୁର ଗାଁରେ ପଶି ୨ଟି ଘର ଭାଙ୍ଗିଦେବା ସହ ଧାନ ଚାଉଳ ଖାଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.