ନୟାଗଡ଼ : କୋମଣ୍ଡରେ ସିରିଜ ବୋମାମାଡ଼, ଜଣେ ଗୁରୁତର

ନୟାଗଡ଼ : ଓଡଗାଁ ଥାନା କୋମଣ୍ଡରେ ସିରିଜ ବୋମାମାଡ଼ । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ମଧ୍ୟ ଆହତ ହୋଇଛନ୍ତି । ଗତକାଲି ରାତିରେ ୩ ଜଣ ଦୁବୃତ୍ତ ବାଇକରେ ଆସି ପ୍ରଥମେ ରଙ୍ଗଣିପାଟଣାରେ ବୋମାମାଡ କରିଥିଲେ । ପରେ ମକରପଦାର ସେସ୍‌ରେ ବୋମିଂ କରି ଫେରାର ହୋଇଥିଲେ । ଏଥିରେ ରାଜକିଶୋର ସାହୁ ନାମକ ଯୁବକ ଆହତ ହୋଇଛନ୍ତି । ବୋମାମାଡ ବେଳେ ଦୁବୃତ୍ତ ମାନେ ଆହତ ହୋଇଛନ୍ତି । ସେପଟେ ୨ ଜଣ ଅଭିଯୁକ୍ତଙ୍କୁ ଓଡ଼ଗାଁ ଥାନାରେ ଅଟକ ରଖାଯାଇଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.