Below header

ନେହେରୁ ସାରା ଦେଶର ନେତା, ମେମୋରିଆଲ୍ ମ୍ୟୁଜିୟମକୁ କରନ୍ତୁ ନାହିଁ ପରିବର୍ତ୍ତନ : ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି । ଦିଲ୍ଲୀ ତିନ ମୂର୍ତ୍ତି ଭବନ ସ୍ଥିତ ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଓ ଲାଇବ୍ରେରୀର ସ୍ୱରୂପ ପରିବର୍ତ୍ତନ ନକରିବାକୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ନେହେରୁ କେବଳ କଂଗ୍ରେସର ନୁହେଁ, ସାରା ଦେଶର ନେତା ଥିଲେ । କିନ୍ତୁ ବର୍ତ୍ତମାନର ସରକାର ତିନ୍‌ ମୂର୍ତ୍ତି ଭବନରେ ଥିବା ତାଙ୍କ ମେମୋରିଆଲ୍‌ ଓ ମ୍ୟୁଜିୟମ୍‌ର ସ୍ୱରୂପକୁ ପରିବର୍ତ୍ତନ କରିବାକୁ ଯୋଜନା ଚଳାଇଛନ୍ତି । ଏମିତି କିଛି ନକରିବା ପାଇଁ ଅନୁରୋଧ କରିଛନ୍ତି ମନମୋହନ ।

ତିନ ମୂର୍ତ୍ତି ଭବନ ଭିତରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ସମସ୍ତ ତଥ୍ୟକୁ ନେଇ ଏକ ସଂଗ୍ରହାଳୟ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଚର୍ଚ୍ଚା ପରେ ମୋଦିଙ୍କୁ ଚିଠି ଲେଖିଛନ୍ତି ମନମୋହନ । ସେ ଆହୁରି ଲେଖିଛନ୍ତି, ଅଟଳ ବିହାରୀ ବାଜପେୟୀ ନିଜର ଛଅ ବର୍ଷ କାର୍ୟ୍ୟକାଳରେ ତିନ ମୂର୍ତ୍ତି ଭବନରେ ପରିବର୍ତ୍ତନ ନେଇ କିଛି ବି କରି ନଥିଲେ । କିନ୍ତୁ ବର୍ତ୍ତମାନ ସରକାର ଏଜେଣ୍ଟ ଭଳି କାମ କରିବା ଦୁର୍ଭାଗ୍ୟଜନକ ବୋଲି ମନମୋହନ ଚିଠିକରେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.