ଭୁବନେଶ୍ବର: ବାଇକ ଚଢିଗଲା ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ପଥଚାରୀ

କେନ୍ୟୁଜ୍(ବ୍ୟୁରୋ): ରାସ୍ତାରେ ଫୁଟିଲା ବୋମା। ଅଳ୍ପକେ ବର୍ତ୍ତିଲେ ପଥଚାରୀ। ଘଟଣା ଘଟିଛି ଭୁବେନେଶ୍ବରର ବ୍ୟସ୍ତବହୂଳ କଳ୍ପନା ଛକ ନିକଟରେ । ମିଳିଥିବା ସୂଚନା ମୁତାବକ ଜଣେ ବ୍ୟକ୍ତି ବାହାଘରେ ଫୁଟାଇବା ପାଇଁ ବାଇକରେ ଦୁଇଟି ବମ୍ ନେଇ ଯାଉଥିବା ବେଳେ ହଠାତ ଦୁଇଟି ବମ୍ ତଳେ ପଡି ଯାଇଥିଲା ଓ ସେଥିରୁ ଗୋଟିଏ ବମ ଉପରେ ବାଇକ ଚଢିଯିବାରୁ ସେହିଟି ଫାଟିଯାଇଥିଲା। 

ବମ୍ ଫାଟିଯିବା ପରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ପଥଚାରୀମାନେ ସ୍ତବଧ୍ ହୋଇ ଯାଇଥିଲେ। ଆଉ ଗୋଟିଏ ବମ୍ ଅଫୁଟା ରହିଥିବାରୁ ସେହି ରାସ୍ତା ଦେଇ କିଛି ସମୟ ପାଇଁ କେହି ଯିବକୁ ରାଜି ହେଲେ ନାହିଁ ।

bomb1

ଖବର ପାଇ ଘଟଣା ସ୍ଥଳରେ ପିସିଆର ପହଞ୍ଚି ଅଫୁଟ ବମକୁ ନିଷ୍କ୍ରିୟ କରିଛି। ଓ ଟ୍ରାଫିକ ନିୟନ୍ତ୍ରଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.