Below header

କେମିତି ଏତେ ନିଷ୍ଠୁର ହୋଇପାରେ ପ୍ରେମ, ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ଗୁରୁତର କରି ପକାଇଛି ପ୍ରେମିକ

ଆପଣ ବି କହିବେ ଆଜି କାଲିର ପ୍ରେମ କୌଣସି ପ୍ରେମ ନୁହେଁ ବରଂ କେବଳ ଆଟ୍ରାକସନ୍‌ । ନହେଲେ ଯେଉଁମାନେ ପ୍ରକୃତ ପ୍ରେମ କରନ୍ତି ସେମାନେ କେବେବି ତାଙ୍କ ପ୍ରେମକୁ କ୍ଷତି ପହଁଚାଇପାରିବେନି ।

ଖୋର୍ଦ୍ଧା (କେନ୍ୟୁଜ) : ପ୍ରେମିକର ଆଘାତରେ ଗୁରୁତର ହେଲା ପ୍ରେମିକା । ପ୍ରେମ କରୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ଗୁରୁତର କରି ପକାଇଛି ପ୍ରେମିକ । କେମିତି ଏତେ ନିଷ୍ଠୁର ହୋଇପାରେ ପ୍ରେମ । ଯେଉଁ ପ୍ରେମ ପାଇଁ ଜୀବନ ଦେବାକୁ ଲୋକେ ପଛାଉନାହାଁନ୍ତି ଆଜି ସେହି ପ୍ରେମ କେମିତି ପହଁଚାଇ ପାରୁଛି କ୍ଷତି । ବରୁଣେରେ ଘଟିଥିବା ଏହି ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଆପଣ ବି କହିବେ ଆଜି କାଲିର ପ୍ରେମ କୌଣସି ପ୍ରେମ ନୁହେଁ ବରଂ କେବଳ ଆଟ୍ରାକସନ୍‌ । ନହେଲେ ଯେଉଁମାନେ ପ୍ରକୃତ ପ୍ରେମ କରନ୍ତି ସେମାନେ କେବେବି ତାଙ୍କ ପ୍ରେମକୁ କ୍ଷତି ପହଁଚାଇପାରିବେନି ।

ଏ ପ୍ରେମିକ ତାର ପ୍ରେମିକାକୁ ୧୦ କରିଛି ଛୁରା ମାଡ । ଖୋର୍ଦ୍ଧା ବରୁଣେଇବୁ ପ୍ରେମିକାକୁ ନେଇ ଯାଇ ସେଠି ଏମିତି ଜଘନ୍ୟ କାଣ୍ଡ ଭିଆଇଛି ପ୍ରେମିକ । ପ୍ରେମିକର ଛୁରାମାଡରେ ପ୍ରେମିକା ଏକଦମ୍‌ ଗୁରୁତର ହୋଇପଡିଛି । ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍‌ଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ପ୍ରେମିକ ବୋଲି କୁହାଯାଉଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ଆକ୍ରମଣକାରୀ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତାରେ ଧରାପଡି ଅଟକ ରହିଛି ଥାନାରେ ।

ତେବେ ଏଭଳି ଏକ ଭୟଙ୍କର ଅଘଟଣକୁ ନେଇ ଖୋର୍ଦ୍ଧା ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ କହିରଖିବାକୁ ଚାହିଁବୁ ଯେ ଯାଜପୁର ଜିଲ୍ଲାର ଜଣେ ଯୁବତୀ ଖୋର୍ଦ୍ଧା ସହର ଭିତରେ ଥିବା ଏକ ଗାଡ଼ି ସୋ’ରୁମରେ କାମ କରନ୍ତି। ଅନ୍ୟ ସବୁଦିନ ପରି ସେ ଆଜି ମଧ୍ୟ ସୋ’ରୁମକୁ ଡ୍ୟୁଟି କରିବାକୁ ଯାଇଥିଲେ। ଅପରାହ୍‌ଣରେ ମଧ୍ୟାହ୍‌ଣ ଭୋଜନ ପାଇଁ ସୋ’ରୁମରୁ ବାହାରିଥିଲେ। ଏହି ସମୟରେ ତାଙ୍କର ପ୍ରେମିକ ସୋ’ରୁମ ନିକଟରେ ତାଙ୍କୁ ଜଗିକି ରହିଥିଲେ। ପ୍ରେମିକ ଡାକିବା ଯୋଗୁଁ ପ୍ରେମିକା ବରୁଣେଇ ଆଡ଼କୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଏଥିରେ ଉତକ୍ଷୀପ୍ତ ହୋଇ ପ୍ରେମିକ ଛୁରାମାଡ଼ କରିଥିଲା ପ୍ରେମିକାକୁ। ଯାହାଫଳରେ ପ୍ରେମିକା ଗୁରୁତର ହୋଇପଡିଥିଲେ ।

ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବତୀଙ୍କୁ ନେଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। କିନ୍ତୁ ପରମୁହୂର୍ତ୍ତରେ ପ୍ରେମିକକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ଯୁବତୀ ସୁସ୍ଥ ହେଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଶଙ୍କା କରାଯାଉଛି।‌ ତେବେ ପ୍ରେମ ବ୍ୟାପରକୁ ନେଇ ଛୁରାମାଡ଼ ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.