ତେଲଙ୍ଗାନାରେ ଚାରମିନାର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ତେଲଙ୍ଗାନାର ନାମପଲ୍ଲୀ ରେଲୱେ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି । ଚାରମିନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୫ ଜଣ ଆହତ ହୋଇଛନ୍ତି । ଘଟଣାଟି ସକାଳ ୯.୧୫ ମିନିଟରେ ଘଟିଛି ।

ପୁଣି ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ରେଳଯାତ୍ରୀଙ୍କ ଜୀବନ । ହାଇଦ୍ରାବାଦର ତେଲଙ୍ଗାନାରେ ଚାରମିନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୫ ଜଣ ଆହତ ହୋଇଛନ୍ତି । ତେଲଙ୍ଗାନାର ନାମପଲ୍ଲୀ ରେଲୱେ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି । ଘଟଣାଟି ସକାଳ ୯.୧୫ ମିନିଟରେ ଘଟିଛି ।

ଖବର ମୁତାବକ, ରେଲୱେ ଷ୍ଟେସନର ଏକ ଟର୍ମିନାଲ ଷ୍ଟେସନରେ ଟ୍ରେନ ରହିବାର ଥିଲା । ଷ୍ଟେସନ ସରିବା ପୂର୍ବରୁ ଟ୍ରେନ ବ୍ରେକ ମାରିବାର ଥିଲା । କିନ୍ତୁ ସଠିକ୍‌ ସମୟରେ ବ୍ରେକ ନ ମାରିବାରୁ ଟ୍ରେନ ଆଗକୁ ଚାଲିଯାଇଥିଲା । ଏହି ଘଟଣା ପରେ ଟ୍ରେନର ୩ଟି ଡବା ଲାଇନଚ୍ୟୁତ ହୋଇଛି । ଆଉ ଟ୍ରେନ ଗେଟ୍‌ ପାଖରେ ଠିଆ ହୋଇଥିବା ୫ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରେଲୱେ ହସପିଟାଲ ପଠାଯାଇଛି ।

ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ଟ୍ରେନ ପ୍ରଥମେ କାନ୍ଥରେ ଧକ୍କା ହେଉଥିବା ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ଭିଡିଓରେ କିଛି ଆହତଙ୍କୁ ହସପିଟାଲ ନିଆଯାଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.