ସାଙ୍ଘାତିକ ସ୍ତରରେ ରହିଛି ଓଡିଶାର ସ୍ଥିତି, ବିଭିନ୍ନ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ

ଓଡ଼ିଶାର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଲଗାତାର ଭାବେ ଗତ କିଛି ଦିନ ଧରି ଅନୁଗୁଳ ଓ ତାଳଚେରର ସ୍ଥିତି ଅତି ସାଂଘାତିକ ସ୍ତରରେ ରହିଛି । ଅନୁଗୁଳ ସହିତ କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ଗମ୍ଭୀର ହୋଇଯାଇଛି ।

ଓଡ଼ିଶାର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଲଗାତାର ଭାବେ ଗତ କିଛି ଦିନ ଧରି ଅନୁଗୁଳ ଓ ତାଳଚେରର ସ୍ଥିତି ଅତି ସାଂଘାତିକ ସ୍ତରରେ ରହିଛି । ଅନୁଗୁଳ ସହିତ କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ଗମ୍ଭୀର ହୋଇଯାଇଛି । ଅନୁଗୁଳରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା, ଯାହାକି ପୁଣି ୩୫୭ରେ ପହଞ୍ଚି ଦେଶର ଦ୍ଵିତୀୟ ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ରେ ରହିଛି, ଯେତେବେଳେ କି ଦିଲ୍ଲୀର ପ୍ରଦୂଷଣ ୩୪୩ ରହିଛି ।

କଟକ ଓ ଭୁବନେଶ୍ୱର ଆଜି ବି ଜଟିଳ ସ୍ଥିତିରେ ରହିଛି । କଟକ ଓ ବାଲେଶ୍ୱରରେ ଏକ୍ୟୁଆଇ ମାତ୍ରା ୩୩୮ ରହିଥିବା ବେଳେ ଭୁବନେଶ୍ୱରରେ ୩୩୪, ବାରିପଦାରେ ୩୨୧ ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂଚନା ଦେଇଛି । ଗତ ୮ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରକାଶ କରିଥିବା ଏଆର କ୍ୱାଲିଟି ଇଂଡେସ୍କ ରିପୋର୍ଟରେ କଟକ ସହର ୩୪୦ ରେ ଥିବା ବେଳେ,ଅନୁଗୁଳ ୩୫୨ରେ ଥିଲା । ଯେତେବେଳେ କି ଦେଶର ରାଜଧାନୀ ଦିଲ୍ଲୀ ୩୪୫ରେ ରହିଥିଲା । ଯେଉଁ ବାୟୁର ମାନ ଖରାପ ପ୍ରଦୂଷଣ ତାଲିକା ଭୁକ୍ତ ବୋଲି ଧରାଯାଏ ।

ରାଜ୍ୟର କିଛି ସହରରେ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ । କଟକ,ତାଳଚେର,ଅନୁଗୁଳ ପରି ଅଞ୍ଚଳରେ ଏହା ଚିନ୍ତାଜନକ ସ୍ଥିତିରେ ରହିଥିବା ଜଣାପଡିଛି । ତିନି ଶହରୁ ଅଧିକ ବାୟୁର ମାନ ଖରାପ ପ୍ରଦୂଷଣ ତାଲିକା ଭୁକ୍ତ ବୋଲି ଧରାଯାଏ । ତେବେ କଟକ-ଭୁବନେଶ୍ୱର ସହରରେ ଏ.କ୍ୟୁ.ଆଇ ଠିକ ରହେ, ଅଧିକାଂଶ ସମୟରେ ଶହେ ତଳକୁ ରହେ ଏ.କ୍ୟୁ.ଆଇ । ଏବେ ଆମର କିଛି ପରିମାଣରେ ଏଆର କ୍ୱାଲିଟି ଇଂଡେସ୍କ ଖରାପ ରହିଛି । ଏହାର କାରଣ କୁହୁଡି କିମ୍ବା ଅନ୍ୟ କିଛି ହୋଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅମିତାଭ ଠାକୁର ।

ଜନସାଧାରଣ ଅଧିକରୁ ଅଧିକ ସଂଖ୍ୟାରେ ଇଲେକ୍ଟ୍ରିକ ଯାନବାହନ ବ୍ୟବହାର କରନ୍ତୁ । ସରକାର ଇ.ଭି ଯାନ କିଣିଲେ ସବସିଡି ଦେଉଛନ୍ତି । ଏହାଦ୍ୱାରା ଗ୍ରାହକ ଲାଭରେ ରହିବେ, ପରିବେଶ ମଧ୍ୟ ଠିକ ରହିବ ବୋଲି ପରିବହନ କମିଶନର କହିଛନ୍ତି । ଆମେ ଧୀରେ ଧୀରେ ଆଳସ୍ୟ ଆଡକୁ ଗତି କରୁଛେ, ଛୋଟ ଛୋଟ କାମରେ ଅଳ୍ପ ବ୍ୟବଧାନ ପାଇଁ ଗାଡିର ବହୁଳ ବ୍ୟବହାର କରୁଛେ ବୋଲି ଯାହା ପରିବେଶ ପାଇଁ ଅନୁକୂଳ ନୁହେଁ ବୋଲି କହିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏସ ନାଇଡୁ ।

ପ୍ରତିବର୍ଷ ୧୦ ରୁ ୧୫ ପ୍ରତିସଦ ଯାନବାହନ ପଞ୍ଜିକରଣ ବୃଦ୍ଧି ପାଉଛି, ଜନସଂଖ୍ୟା ବଢୁଛି, ନିର୍ମାଣ କାର୍ଯ୍ୟ ବଢୁଛି କିନ୍ତୁ ସେହି ଅନୁପାତରେ ଉଦ୍ଭିଦଜଗତ ବୃଦ୍ଧି ପାଉ ନାହିଁ, ବାୟୁ ପ୍ରଦୂଷଣର ଏସବୁ ଅନ୍ୟତମ କାରଣ ବୋଲି କହିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ । ଏବେ ଚିନ୍ତାର କାରଣ ହେଉଛି ଯେ ଦେଶର ସର୍ବାଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ବର୍ତ୍ତମାନ ବାୟୁମଣ୍ଡଳର ସ୍ଥିତି ଏଭଳି ହୋଇଛି ଯେ ଏହା ଲୋକଙ୍କ ଜୀବନ ନେବାକୁ ବସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.