BRC ତାରିଣୀ ସେନ୍ ମହଲା ହତ୍ୟା ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ଗାଇସିଲଟ ପୋଲିସ

BRC ତାରିଣୀ ସେନ୍ ମହଲା ହତ୍ୟା ଘଟଣାର ପର୍ଦ୍ଦାଫାଶ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଗାଇସିଲଟ ପୋଲିସ । ଏମାନେ ହେଲେ ବିଜେପୁର ଜାମପାଲ ଅଞ୍ଚଳର ରିକୁ ସାହୁ, ମେଛଲା ମୁଣ୍ଡାର ରାମ ଓରଫ ହରି ବନ୍ଧୁ ମେହର ଓ ଫକୀର ମେହେର । ଗତ ୧୨ ତାରିଖରୁ ତାରିଣୀ ସେନ୍ ନିଖୋଜ ଥିଲେ । ଗତକାଲି ମୃତଦେହ ଉଦ୍ଧାର ହୋଇଥିଲା । ସ୍ୱଚ୍ଛ ଭାରତ ଯୋଜନାରେ ବିଲ ପାସ୍‌କୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ସହ ରାଜନୈତିକ ଲିଙ୍କ ନଥିବା ବରଗଡ ଏସପି ସୂଚନା ଦେଇଛନ୍ତି ।

ସେପଟେ ବିଆରସି ତାରିଣୀ ସେନ୍‌ଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହତ୍ୟାକାରୀଙ୍କ ଫାଶୀ ଦାବିରେ ଉତ୍ତ୍ୟକ୍ତ ଲୋକ ଗାଇସିଲଟରୁ ଲୁଇସିଙ୍ଗା ରାସ୍ତାକୁ ନୂଆପାଲ୍ଲୀ ଠାରେ ଅବରୋଧ କରିଛନ୍ତି । ତେବେ ଘଟଣାସ୍ଥଳରେ ପଦ୍ମପୁର ଉପଜିଲ୍ଲାପାଳ ଓ ଗାଇସିଲଟ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଧା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.