ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଚୋରା ଚାଲାଣ ବେଳେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି: ଫେଲ୍ ମାରିଛି ଗଞ୍ଜେଇ ମାଫିଆଙ୍କ ସବୁ ତରିକା । ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ । ଆନ୍ଧ୍ରର ଦାରାକୋଣ୍ଡାରୁ ଅନୁଗୁଳକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଚିତ୍ରକୋଣ୍ଡା ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇ ମାଫିଆ । ଜବତ ହୋଇଛି ୧୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଆଗକୁ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ଏଭଳି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଏସ୍‌ପି ।