ନୂଆ ବୋହୂର କାରନାମା: ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଅଶ୍ଳୀଳ ଚାଟିଂ, ସୁନାଗହଣା ଧରି ପ୍ରେମିକ ସହ ମାରିଲେ ଚମ୍ପଟ

ଭୁବନେଶ୍ୱର (କେନ୍ୟୁଜ): ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଚାଟିଂ କଲେ ସ୍ତ୍ରୀ । ପରେ ପରିବାର ଲୋକଙ୍କୁ ଲୁଟିଲେ । ସୁନାଗହଣା ଧରି ବୟଫ୍ରେଣ୍ଡ ସହ ଚମ୍ପଟ ମାରିଲେ ନବବିବାହିତା । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ଲିଙ୍କରାଜ ଥାନାରେ ଅଭିଯୋଗ ହୋଇଛି । ଏଭଳି ପ୍ରତାରଣା ଓ ଠକେଇର ଶିକାର ହୋଇଛନ୍ତି ଭରତପୁର ଅଞ୍ଚଳର ବଳରାମ ଓ ତାଙ୍କ ପରିବାର । ୧୨ ତାରିଖ ଦିନ ବଳରାମ ବୈଦିକ ରୀତିରେ ବିବାହ କରିଥିଲେ ।

ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଭିଡିଓ କଲରେ ଅଶ୍ଳୀଳ କଥା ହେଉଥିଲେ । ତାପରଦିନ ଲିଙ୍ଗରାଜ ମନ୍ଦିର ଯାଇଥିଲେ ଉଭୟ ପତୀ-ପତ୍ନୀ । ପୂର୍ବ ଯୋଜନା ଅନୁସାରେ ସେଠାରେ ଝିଅର ପରିବାର ଲୋକ ଉପସ୍ଥିତ ଥିଲେ । ବଳରାମଙ୍କୁ ମାଡ଼ ମାରି ଥିଲେ ଝିଅର ପରିବାର ଲୋକ । ତାଙ୍କ ଘରୁ ୪ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ନେଇ ନବବିବାହିତା ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି । ଏତଲା ଆଧାରରେ ଖୋଳତାଡ କରୁଛି ଲିଙ୍ଗରାଜ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.