ଗରମ ଦିନ ଆସଗଲାଣି। ଭାରତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ। ଗରମ ଦିନରେ ଅଧିକାଂଶ ସମୟ ପାଓ୍ଵାରକଟ୍ ମଧ୍ୟ ହୋଇଥାଏ। ତେଣୁ ଅଧିକାଂଶ ସମୟ ଗରମରେ ରହିବାକୁ ପଡିଥାଏ। ବିଦ୍ୟୁତ ଚାଲିଗଲେ ଏସି କିମ୍ବା କୁଲର କିଛି ବି କାମ କରେନି। କିନ୍ତୁ ମାର୍କେଟରେ ଏମିତି କିଛି ଡିଭାଇସ ରହିଛି, ଯାହା ଆପଣଙ୍କୁ ବିଦ୍ୟୁତ ଯିବା ପରେ ମଧ୍ୟ ଗରମରୁ ମୁକ୍ତି ମିଳିବ। ମାର୍କେଟରେ ବିନା ବିଜୁଳିରେ ଚାଲୁଥିବା ପଙ୍ଖା ଆସିଯାଇଛି। ଯାହା ବିନା ବିଜୁଳିରେ ୧୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ।
ବଜାଜ ଶାନଦାର ଡିଜାଇନ Bajaj PYGMY MINI 110 MM FAN ଫ୍ୟାନ ଲଞ୍ଚ କରିଛି। ଯାହା ଫୁଲ୍ ଚାର୍ଜରେ ନନ୍ଷ୍ଟପ ୪ ଘଣ୍ଟା ଯାଏଁ ଚାଲିଥାଏ। ଫ୍ୟାନରେ ୟୁଏସବି ଚାର୍ଜ ହେବା ସହିତ Li-Ion ବ୍ୟାଟେରୀ ମଧ୍ୟ ଲାଗିଛି। ଏହାର ଲଞ୍ଚିଂ ପ୍ରାଇସ ୧,୩୯୫ ଟଙ୍କା ରହିଛି। କିନ୍ତୁ ଏହାକୁ ଆମାଜନରେ ୧,୧୨୯ ଟଙ୍କାରେ ଆପଣ କିଣିପାରିବେ। ଫ୍ୟାନକୁ ଆପଣ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ।
Fippy MR-2912 Rechargeable Battery Table Fan କୁ କାନ୍ଥରେ ମଧ୍ୟ ଟାଙ୍ଗିପାରିବେ। ରୋଷେଇ ଘରେ ଅଧିକ ଗରମ ଲାଗୁଥିଲେ ମଧ୍ୟ ଏହାକୁ ଫିଟ୍ କରିପାରିବେ। ଅଫିସ, ବେଡରୁମ, ଲିଭିଂ ରୁମ୍ କିମ୍ବା ଡାଇନିଂରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।

ଥରେ ଚାର୍ଜ କଲେ ୯ ଘଣ୍ଟା ପର୍ଯ୍ୟନ୍ତ ଏହି ଫ୍ୟାନ ଚାଲିଥାଏ। ଫୁଲ୍ ଚାର୍ଜ ହେବାକୁ ଫ୍ୟାନକୁ ମାତ୍ର ୪ ଘଣ୍ଟା ଲାଗିଥାଏ। ଫ୍ୟାନର ଦାମ୍ ୩,୯୯୯ ଟଙ୍କା ରହିଥିବା ବେଳେ ଆମାଜନରେ ଏହାକୁ ଆପଣ ୩,୨୯୯ ଟଙ୍କାରେ କିଣିପାରିବେ।