Below header

ଯାଜପୁର: ଦୁର୍ବଳ ନଦୀବନ୍ଧକୁ ନେଇ ଭୟଭୀତ ଅବସ୍ଥାରେ ଖଇରାବାଦ ପଞ୍ଚାୟତ ଗ୍ରାମବାସୀ

ଯାଜପୁର(କେନ୍ୟୁଜ୍): ବର୍ଷା ଦିନେ ନଈକୂଳିଆ ଲୋକଙ୍କ ଚିନ୍ତା । କାରଣ ପୂର୍ବ ବର୍ଷ ବନ୍ୟାରେ ଭାଙ୍ଗିଥିବା ଘର ଏପର୍ଯ୍ୟନ୍ତ ମରାମତି ହୋଇନାହିଁ । ଯାଜପୁର ଜଳସେଚନ ବିଭାଗ ଅଧୀନସ୍ଥ ଖଇରାବାଦ ପଞ୍ଚାୟତ ଦେଇ ଯାଇଥିବା ବୁଢ଼ା ନଦୀବନ୍ଧର ଦୃଶ୍ୟ। ନିମ୍ନମାନର କାମ ଯୋଗୁ ମାଟି ନଦୀରେ ମିଶିଯାଇଛି। ଏବେ ବର୍ଷାଦିନ ଥିବାରୁ ଚିନ୍ତାରେ ଲୋକେ । କେବଳ ଗୋଟିଏ ସ୍ଥାନ ନୁହେଁ, ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ଏନେଇ ଜଳସେଚନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ । ସେପଟେ କିନ୍ତୁ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ନଦୀବନ୍ଧ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.