ଆପତ୍ତିଜନକ କଣ୍ଟେଣ୍ଟ୍ ପୋଷ୍ଟ କରୁଥିବା ୟୁଜରଙ୍କ ଉପରେ କଡ଼ା ନଜର ରଖିବ ‘ଇନଷ୍ଟାଗ୍ରାମ୍’

ଫଟୋ ଏବଂ ଭିଡିଓ ସେୟାରିଂ ଆପ୍ ‘ଇନଷ୍ଟାଗ୍ରାମ୍’ ନିଜ ପ୍ଲାଟଫର୍ମରେ ଆପତ୍ତିଜନକ କଣ୍ଟେଣ୍ଟ ସେୟାର କରୁଥିବା ୟୁଜରଙ୍କ ଉପରେ ଏଣିକି କଡ଼ା ନଜର ରଖିବ। ଏଥିପାଇଁ ଖୁବଶୀଘ୍ର ଏହା ‘ପପ୍-ଅପ୍ ୱାର୍ନିଂ’ ଭଳି ଏକ ଫିଚର ଆଣିବାକୁ ଯାଉଛି।

ଇନଷ୍ଟାଗ୍ରାମର ମୁଖ୍ୟ ଏଡମ୍ ମୋସେରି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଏହା ଆମର ଦାୟିତ୍ବ ଯେ ଆମେ କିଭଳି ଇନଷ୍ଟାଗ୍ରାମରେ ଏକ ସୁରକ୍ଷିତ ବାତାବରଣ ସ୍‌ଷ୍ଟି କରିବା। ତେଣୁ ଏହାକୁ ଦଷ୍ଟିରେ ରଖି ଆମେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ ତିଆରି କରିଛୁ, ଯାହା ଆପତ୍ତିଜନକ କଣ୍ଟେଣ୍ଟ୍ ଉପରେ କଡ଼ା ନଜର ରଖିବ।

instagram in

ଇନଷ୍ଟାଗ୍ରାମ ୟୁଜର ଯେତେବେଳେ କୌଣସି ଆପତ୍ତିଜନକ କଣ୍ଟେଣ୍ଟ୍ ପ୍ଲାଟଫର୍ମରେ ପୋଷ୍ଟ୍ କରିବେ, ସେହି ସମୟରେ ଏହି ଟୁଲ୍ ତାଙ୍କୁ ଚେତାବନୀ ଦେବ। ଏଭଳି ବାଧାଜନିତ ହସ୍ତକ୍ଷେପ ୟୁଜରମାନଙ୍କୁ ସତର୍କ କରିବା ପାଇଁ ତିଆରି ହୋଇଛି। ଏହାଛଡ଼ା ଯଦି କିଛି ଅଲଗା ପ୍ରକାର ପୋଷ୍ଟ ୟୁଜରଙ୍କ ଦ୍ବାରା ହେବ, ତା’ହେଲେ ସେମାନଙ୍କୁ ଅନଫଲୋ, ବ୍ଲକ୍ ଅଥବା ରିପୋର୍ଟ କରିବାର ଅପଶନ ବା ବିକଳ୍ପ ମିଳିବ।

ଏହାସହ ପଢ଼ନ୍ତୁ : ଆପଣଙ୍କ ଟିଭିରେ ବି ହୋଇପାରେ ଭାଇରସ୍ ଆଟାକ୍, ଏପରି ରଖନ୍ତୁ ସୁରକ୍ଷିତ

 

ମୋସେରି ଆହୁରି କହିଥିଲେ, ଆମେ ଏହି ଫିଚର ନାଁ ‘ରେଷ୍ଟ୍ରିକ୍ଟ’ ରଖିଛୁ। ଏହା କେବଳ ସେହିମାନଙ୍କୁ ଶୋ କରିବ, ଯେଉଁମାନଙ୍କ ପାଖକୁ ବିଚଳିତ ବା ହଇରାଣ କଲା ଭଳି କୌଣସି କଣ୍ଟେଣ୍ଟ୍ ଆସିବ। ଏହି ପରିପ୍ରେକ୍ଷୀରେ ପୋଷ୍ଟ କରୁଥିବା ୟୁଜରଙ୍କୁ ଅପରପକ୍ଷଠାରୁ ଅନୁମତି ନେବାକୁ ପଡ଼ିବ। ଏହାସହ ଯେତେବେଳେ ଆପଣ ଅନଲାଇନ୍ ରହିବେ କିମ୍ବା ସେହି ଆପତ୍ତିଜନକ ପୋଷ୍ଟ ପଢ଼ୁଥିବେ, ସେତେବେଳେ ରେଷ୍ଟ୍ରିକ୍ଟ ହୋଇଥିବା ୟୁଜର ଆପଣଙ୍କୁ ଦେଖିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.