ପାରିବାରିକ କଳହର କରୁଣ ପରିଣତି: ଦିଅରର କଟୁରୀ ଚୋଟରେ ଭାଉଜ ମୃତ

ଯାଜପୁର ଜିଲ୍ଲା ବରି ପୋଲିସ ଥାନା ଅନ୍ତର୍ଗତ କପାସଟିକିରି ଗାଁରୁ ଆସିଲା ସାଙ୍ଘାତିକ ଅଭିଯୋଗ ।ଦିଅର କଟୁରୀ ଚୋଟରେ ଭାଉଜ ମୃତ । ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହତ୍ୟାକାରୀ ଦିଅର।

ଯାଜପୁର: ଭାଉଜକୁ ହାଣିଲା ଦିଅର। ଘଟଣାସ୍ଥଳରେ ଭାଉଜର ମୃତ୍ୟୁ। ଏଭଳି ବିଭତ୍ସ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମରେ। ମୃତ ମହିଳା ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ। ଆଜି ସକାଳୁ ଅନିତା ଘର ଦାଣ୍ଡ ପହଁରୁ ଥିବା ସମୟରେ ଦିଅର ଜୟନ୍ତ ନାୟକ ଘର ଭିତରକୁ ଟେକି ନେଇ କଟୁରି ଓ ଶାବଳ ସାହାଯ୍ୟରେ ଆକ୍ରମଣ କରିଥିଲା।

ମହିଳାଙ୍କ ସ୍ୱାମୀ ଓ ପୁଅ ପଡୋଶୀ ଲୋକଙ୍କୁ ଡାକ ପକାଇଥିଲେ ସୁଦ୍ଧା କେହି ଆସିନଥିଲେ। ହତ୍ୟା କରିବା ପରେ ଘର ଭିତରୁ ଘୋଷାଡି ଆଣି ଦାଣ୍ଡ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ଜଣାଯାଇଛି। ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟି ଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି। ପାରିବାରିକ କଳହ ସହ ଜମିବାଡ଼ି ବିବାଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଦିଅର ଫେରାର ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.