Below header

ଭାଇ ଭଉଣୀ କଳିରେ ବାପାକୁ କାନ୍ଧ ଦେଲାନି ପୁଅ, ୧୨ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଶେଷରେ ଝିଅ-ଜ୍ୱାଇଁ କଲେ ଶେଷକୃତ୍ୟ

ନୟାଗଡ଼: ଭାଇଭଉଣୀ କଳିରେ ବାପାକୁ କାନ୍ଧ ଦେଲାନି ପୁଅ। ବାପାଙ୍କ ମୃତଦେହ ଘରେ ୧୨ଘଣ୍ଟା  ବାପାଙ୍କୁ କାନ୍ଧେଇ ଶ୍ମଶାନ ନେଇ ଅନ୍ତେଷ୍ଟି କ୍ରିୟା ଶେଷ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଢୋଲମରା ଗାଁରେ। ପାଣୁ ବାଲିଆ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଭାଇ ଭଉଣୀଙ୍କ କଳିର ସମାଧାନ ହୋଇ ପାରିନଥିଲା। ପୁଅ ଅନ୍ତିମ କ୍ରିୟା ପାଇଁ ମନା କରିଦେବା ପରେ ଗ୍ରାମବାସୀମାନେ ମଧ୍ୟ ମୃତଦେହ ଶ୍ମଶାନକୁ ନେବାକୁ ବାହାରିନଥିଲେ। ଶେଷରେ ବାଧ୍ୟ ହେଇ ଝିଅ, ଜ୍ୱାଇଁ ଓ ନାତି ମୃତଦେହକୁ ଦୁଇ କିମି ବାଟ ଟେକି ଟେକି ଶ୍ମଶାନ ପର୍ଯ୍ୟନ୍ତ ନେଇ ଦାହ କରିଥିଲେ। ରାସ୍ତାରେ ଏହାକୁ ସମସ୍ତେ ଦେଖୁଥିଲେ ମଧ୍ୟ ସାହାଯ୍ୟ କରିବାକୁ କେହି ବାହାରି ଆସି ନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.