ସହିଦନଗର ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମର ଚଢଉ: ଧଳା ଜହର ସହ ୩୪ଲକ୍ଷ ୮୦ହଜାର ଟଙ୍କା, ମହିଳାଙ୍କ ସହ ୨ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର କମିସନରେଟ ପୋଲିସର ସଫଳତା। ପୁଣି ଜବତ ହେଲା ଧଳା ଜହର। ୫୫୦ ଗ୍ରାମ ବ୍ରାଉନ ସୁଗର ସହ ୩୪ଲକ୍ଷ ୮୦ହଜାର ଟଙ୍କା ଜବତ। ଏଥିରେ ସଂପୃକ୍ତି ନେଇ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ସହିଦନଗର ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମ୍‌ ଚଢଉ କରି କେଶୁରା ଅଞ୍ଚଳରୁ ଏହାକୁ ଜବତ କରିଛନ୍ତି।

ବ୍ରାଉନସୁଗର କାରବାରରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରାଯାଇଛି। ଚଢଉ ବେଳେ କିଛି ପରିମାଣର ବ୍ରାଉନସୁଗର ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି। ଗିରଫ ମହିଳାଙ୍କ ସହ ଜଳେଶ୍ୱର ଲିଙ୍କ ରହିଥିବା ଜଣାପଡ଼ିିଛି। ଗତ ୪ମାସରେ କମିଶନରେଟ ପୋଲିସ ଭୁବନେଶ୍ୱର ଓ କଟକରୁ ୮କିଲୋ ୧ଗ୍ରାମ ଧଳାଜହର ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.