ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ ଅବକାରୀ ବିଭାଗ ର ସ୍‌ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଗୋଟିଏ ହିରୋହୋଣ୍ଡା ପେସନପ୍ଲସ ମୋଟର ସାଇକେଲ ରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l

ଭଦ୍ରକ : ଭଦ୍ରକ ଅବକାରୀ ବିଭାଗ ର ସ୍‌ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଗୋଟିଏ ହିରୋହୋଣ୍ଡା ପେସନପ୍ଲସ ମୋଟର ସାଇକେଲ ରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l

ସେମାନେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ କାଠିଆସରା ଗ୍ରାମର ଦେବାଶିଷ ନାୟକ ଓ ନନ୍ଦିପଦା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ହରିହର ଜେନା l ଜବତ ବ୍ରାଉନସୁଗାର ଓ ଗାଡ଼ିର ଆନୁମାନିକ ମୂଲ୍ଯ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଏହି ଦୁଇ ଜଣ ଯୁବକ ବନ୍ତ ଛକ ଠାରେ ବ୍ରାଉନ ସୁଗାର ବିକିବା ପାଇଁ ସନ୍ଦେହ ଜନକ ଭାବେ ଛିଡା ହୋଇଥିବା ବେଳେ ତାଙ୍କୁ କାବୁ କରିଥିଲା ଅବକାରୀ ବିଭାଗ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.