Below header

ବିରତି ସବୁବେଳେ ଦୁଃଖଦାୟକ ହୋଇନଥାଏ : ସାମନ୍ଥା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ନିଜର ସ୍ୱାସ୍ଥ୍ୟଗତ କାରଣରୁ ଅଭିନୟରୁ ବିରତି ନେଉଥିବାର ଖବର ଏବେ ତାଙ୍କ ପ୍ରଶଂସକମାନଙ୍କୁ ଦୋହଲାଇ ଦେଇଛି । ଏହା କୌଣସି ଗୁଜବ ନୁହେଁ ବରଂ ଏହି ଖବର ସମ୍ପୂର୍ଣ୍ଣ ଠିକ୍ ସତ ବୋଲି ଅଭିନେତ୍ରୀ ଜଣକ ନିଜେ ସ୍ପଷ୍ଟ କରିଛନ୍ତି ।

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ କେବଳ ଜଣେ ତେଲୁଗୁର ନୁହେଁ ବରଂ ସର୍ବଭାରତୀୟ ସ୍ତରରେ ଜଣେ ଜଣାଶୁଣା ଅଭିନେତ୍ରୀ । ଏହାର କାରଣ କ’ଣ ତାହା ଆପଣଙ୍କୁ କହିବା ଆବଶ୍ୟକ ନାହିଁ । ସମନ୍ଥାଙ୍କ ନାମ ସୁପର ଫେମସ ତେଲୁଗୁ ଅଭିନେତା ନାଗାର୍ଜୁନଙ୍କ ପୁଅଙ୍କ ସହିତ ମଧ୍ୟ ଜଡ଼ିତ ଥିଲା । ସମନ୍ଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ ଥିଲେ ।

ସାଉଥର ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଘରେ ଘରେ ପରିଚିତ । ତାଙ୍କ ପାଇଁ କୌଣସି ପରିଚୟ ଦରକାର ନାହିଁ। ସୁନ୍ଦରତା ଏବଂ ଅଭିନୟ ଯୋଗୁଁ ସାଉଥ ସିନେମା ଇଣ୍ଡଷ୍ଟ୍ରୀରେ ବେଶ ନାଁ କରିପାରିଛନ୍ତି । ତାଙ୍କୁ ଫିଲ୍ମରେ ନେବା ପାଇଁ ମେକର୍ସ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ସାମନ୍ଥା ସବୁବେଳେ ଫିଲ୍ମରେ ନିଜର ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ବେଶ୍‌ ଜଣାଶୁଣା ।

ତେବେ ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ନିଜର ସ୍ୱାସ୍ଥ୍ୟଗତ କାରଣରୁ ଅଭିନୟରୁ ବିରତି ନେଉଥିବାର ଖବର ଏବେ ତାଙ୍କ ପ୍ରଶଂସକମାନଙ୍କୁ ଦୋହଲାଇ ଦେଇଛି । ଏହା କୌଣସି ଗୁଜବ ନୁହେଁ ବରଂ ଏହି ଖବର ସମ୍ପୂର୍ଣ୍ଣ ଠିକ୍ ସତ ବୋଲି ଅଭିନେତ୍ରୀ ଜଣକ ନିଜେ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ସାମନ୍ଥା । ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସେ ନଜ କାମରୁ ବିରତି ନେବା ନେଇ ସୂଚନା ଦେଇଛନ୍ତ ।

ପୂର୍ବରୁ ସାମନ୍ଥା ଅଭିନୟ ଛାଡ଼ିବା ନେଇ ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ପ୍ରକୃତରେ ସାମନ୍ଥା ଅଭିନୟ ଜଗତରୁ ବିରତି ନେଉଛନ୍ତି। ଏନେଇ ସେ ନିଜ ଇନଷ୍ଟାଗ୍ରାମ ପେଜରେ ଚଳଚ୍ଚିତ୍ର ନିର୍ମାତା ରାଜ ଏବଂ ଡିକେଙ୍କ ସହ ଏକ ଫଟୋ ସେୟାର କରି ଏହି ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ସାମନ୍ଥା ଲେଖିଛନ୍ତି, ବିରତି ସବୁବେଳେ ଦୁଃଖଦାୟକ ହୋଇ ନଥାଏ । ମୋର ପ୍ରତ୍ୟେକ ଯୁଦ୍ଧରେ ମୋତେ ଲଢ଼ିବାକୁ ସାହାଯ୍ୟ କରିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ ।

 

View this post on Instagram

 

A post shared by Samantha (@samantharuthprabhuoffl)

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଏମିତି ଜଣେ କଳାକାର ଯିଏକି ତାଙ୍କ ପ୍ରଶଂସକଙ୍କୁ କିଛି ବି ଲୁଚାଇ ନଥାଆନ୍ତି । ବ୍ୟକ୍ତିଗତ ଜୀବନକୁ ନେଇ ସେ ଖୋଲାଖୋଲି ଭାବେ ତାଙ୍କ ଫ୍ୟାନ୍ସଙ୍କ ସହ ଆଲୋଚନା କରିଥାଆନ୍ତି । ତାଙ୍କୁ ନେଇ ଗଣମାଧ୍ୟରେ ଓଲଟାପାଲଟା ଖବର ପ୍ରସାରଣ ହେଉ ସେ କେବେ ଚାହାନ୍ତି ନାହିଁ । ଏଥିପାଇଁ ସେ ତାଙ୍କ ସହିତ ଯାହା ବି ଘଟିଥାଏ ତାହାକୁ ସ୍ପଷ୍ଟ ଭାବେ ଇନଷ୍ଟାଗ୍ରାମରେ ସେୟାର କରି ଦେଇଥାଆନ୍ତି ।

ତେବେ ସୂଚନା ଥାଉକି, ଦୀର୍ଘ ୪ ବର୍ଷର ବିବାହ ସମ୍ପର୍କ ପରେ ୨୦୨୧ ମସିହାରେ ସାମନ୍ଥା ଓ ସାଉଥର ସୁପରଷ୍ଟାର ନାଗା ଚୈତନଙ୍କ ବିବାହ ବିଚ୍ଛେଦ ହୋଥିଲା । ଯାହା ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । ସମସ୍ତ ପ୍ରକାରର କଳ୍ପନା ଜଳ୍ପନା ପରେ ଦୁଇ କଳାକାର ଅଲଗା ହୋଇଯାଇଥିଲେ । ଏନେଇ ଉଭୟ ସୋସିଆଲ୍‌ ମିଡିଆରେ ସେମାନଙ୍କ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.