Below header

ଭାରତୀୟ ବାୟୁ ସେନାରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ

ଭାରତୀୟ ବାୟୁ ସେନାରେ ଅଗ୍ନିବୀର ବାୟୁ ଭର୍ତ୍ତି ୨୦୨୪ ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବାର ତାରିଖ ଜୁଲାଇ ୨୭ରୁ ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।

ଭାରତୀୟ ବାୟୁ ସେନାରେ ସାମିଲ ହେବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ ଏୟାରଫୋର୍ସରେ ଅଗ୍ନିବୀର ବାୟୁ ଭର୍ତ୍ତି ୨୦୨୪ ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଦେଖିବା ପାଇଁ ଆପଣ ଅଫିସିଆଲ  ୱେବସାଇଟ agnipathvayu.cdac.in କୁ ଯାଇ ନୋଟିସ ଚେକ୍‌ କରିପାରିବେ । ଏହି ଭର୍ତ୍ତି ଅବିବାହିତ ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି ।

ଭାରତୀୟ ବାୟୁ ସେନାରେ ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ୨୭ ଜୁଲାଇ ୨୦୨୩ରୁ ଆରମ୍ଭ ହେବ । ଏହି ଦିନ ସକାଳ ୧୦ଟାରେ ରେଜିଷ୍ଟ୍ରେସନ ଲିଙ୍କ ଓପନ ହେବ । ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ରେଜିଷ୍ଟ୍ରେସନ ଲିଙ୍କ ଓପନ ହେବା ପରେ କରନ୍ତୁ । ଏହି ଚୟନ ପାଇଁ ଲିଖିତ ପରୀକ୍ଷା ୧୩ ଅକ୍ଟୋବରରେ ହେବ ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୧ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଫିଜିକ୍ସ, ଗଣିତ, ଇଂଲିଶରେ ୧୨ଶ ପାସ୍‌ କରିଥିବା ଜରୁରୀ । ଦ୍ୱାଦଶରେ ଅତିକମରେ ୫୦ ପ୍ରତିଶତ ମାର୍କ ଏବଂ ଇଂଲିଶରେ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ଆବେଦନ ଶୁଳ୍କ : ଏଠାରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ୨୫୦ ଟଙ୍କା ଦେବାକୁ ହେବ । ଆବେଦନ ଶୁଳ୍କ କ୍ରେଡିଟ୍‌ କାର୍ଡ, ଡେବିଟ କାର୍ଡ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ମାଧ୍ୟମରେ ହେବ । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ପରୀକ୍ଷା ଏବଂ ଫିଜିକାଲ ଫିଟନେସ ଟେଷ୍ଟ, ମେଡିକାଲ ଟେଷ୍ଟରେ ପାସ୍‌ କରିବାକୁ ହେବ ।

ଅଧିକ ଜାଣିବ ପାଇଁ ପ୍ରାର୍ଥୀ ଏଠାରେ କ୍ଲିକ୍‌ କରନ୍ତୁ :

https://agnipathvayu.cdac.in/AV/img/upcoming/AGNIVEER_VAYU_01-2024.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.