Below header

ଶିକ୍ଷକ ଦମ୍ପତିଙ୍କୁ ଆକ୍ରମଣ କଲେ ଦୁବୃର୍ତ୍ତ, ଛିନତାଇ ଉଦ୍ଦେଶ୍ୟରେ ଏଭଳି କରିଥିବା ସନ୍ଦେହ

ଛିନତାଇ ଉଦ୍ଦେଶ୍ୟରେ ଏକ ବାଇକରେ ତିନି ଜଣ ଯୁବକ ଆସିଥିଲେ। ପରେ ଏହି ଯୁବକମାନେ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରିଥିଲେ। ଶିକ୍ଷୟତ୍ରୀଙ୍କ ଠାରୁ ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ ଦୁବୃର୍ତ୍ତ । ତେବେ ବ୍ୟାଗ୍‌ ନେଇ ନପାରିବାରୁ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ସ୍କୁଲ ଯିବା ପାଇଁ ଗାଡ଼ିରେ ବାହାରିଥିଲେ ଦମ୍ପତି । କିନ୍ତୁ ଶିକ୍ଷକ ଦମ୍ପତିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ସେମାନେ କିଛି ବୁଝିବା ପୂର୍ବରୁ ଦୁବୃର୍ତ୍ତମାନେ ମନ ଇଚ୍ଛା ଆକ୍ରମଣ କରିଚାଲିଥିଲେ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ ଗାଁର ଦୁଲାରାମ ହାଁସଦା ଓ ତାଙ୍କ ସ୍ତ୍ରୀ ମାଣିକେଶ୍ଵରୀ ମାରାଣ୍ଡି ହୋଇଛନ୍ତି ଆକ୍ରମଣର ଶିକାର । ସ୍କୁଲ ଯାଉଥିବା ସମୟରେ ଦମ୍ପତିଙ୍କୁ କଟରାସୁଲ ରାସ୍ତାରେ ଆକ୍ରମଣ କରାଯାଇଥିଲା ।

ଛିନତାଇ ଉଦ୍ଦେଶ୍ୟରେ ଏକ ବାଇକରେ ତିନି ଜଣ ଯୁବକ ଆସିଥିଲେ। ପରେ ଏହି ଯୁବକମାନେ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରିଥିଲେ। ଶିକ୍ଷୟତ୍ରୀଙ୍କ ଠାରୁ ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ ଦୁବୃର୍ତ୍ତ । ତେବେ ବ୍ୟାଗ୍‌ ନେଇ ନପାରିବାରୁ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଉଭୟ ଦମ୍ପତି ଗୁରୁତର ଅବସ୍ଥାରେ ବର୍ତ୍ତମାନ ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଶିକ୍ଷକ ଦୁଲାରାମ ପ୍ରକାଶ କରିଛନ୍ତି । ଉଦଳା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସାମାନ୍ୟ ସୁନା ଓ ଟଙ୍କା ପାଇଁ ଲୋକଙ୍କ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଏ ଦୁବୃର୍ତ୍ତ । ନା ଏମାନଙ୍କୁ ପୋଲିସର ଭୟ ରହୁଛି ନା ଏମାନଙ୍କର ଆଇନ୍‌ କାନୁନକୁ ଭୟ ରହୁଛି । ତେବେ ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯଦି କିଛି କାର୍ଯ୍ୟନୁଷ୍ଠାନ ନିଆଯାଏ, ତେବେ ଏଭଳି ଅପରାଧ ହୁଏତ କମି ଯିବ । ତେବେ ଦେଖାଯାଉ ଏ ନୀରିହ ଦମ୍ପତିଙ୍କୁ ନ୍ୟାୟ ମିଳୁଛି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.