ଫୁଟବଲ ଲାଇଭ ମ୍ୟାଚରେ ଖେଳାଳିଙ୍କ ଉପରେ ପଡିଲା ବିଜୁଳି, ଚାଲିଗଲା ଜୀବନ: ଦେଖନ୍ତୁ ଭିଡିଓ

ବିଜୁଳି ମାରିବାରୁ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଇଣ୍ଡୋନେସିଆରେ ଖରାପ ପାଣିପାଗ ସମୟରେ ମ୍ୟାଚ ଖେଳାଯାଉଥିବା ବେଳେ ହଠାତ୍‌ ବିଜୁଳି ଜଣେ ଖେଳାଳିଙ୍କ ଉପରେ ପଡିଥିଲା । ବିଜୁଳି ପଡିବା ସଙ୍ଗେ ସଙ୍ଗେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା ।

ଇଣ୍ଡୋନେସିଆରେ ବାଡୁଙ୍ଗରେ ଚାଲିଥିବା ଏକ ଫୁଟବଲ ମ୍ୟାଚରେ ଅଘଟଣ । ବିଜୁଳି ମାରିବାରୁ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଖରାପ ପାଣିପାଗ ସମୟରେ ମ୍ୟାଚ ଖେଳାଯାଉଥିବା ବେଳେ ହଠାତ୍‌ ବିଜୁଳି ଜଣେ ଖେଳାଳିଙ୍କ ଉପରେ ପଡିଥିଲା । ବିଜୁଳି ପଡିବା ସଙ୍ଗେ ସଙ୍ଗେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ଶନିବାର ୧୦ ଫେବୃଆରୀରେ ବାଡୁଙ୍ଗର ସିଲିବାଙ୍ଗି ଷ୍ଟାଡିୟମରେ ଦୁଇ ଲୋକାଲ କ୍ଲବ ମଧ୍ୟରେ ଫୁଟବଲ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚ୍‌ ମାତ୍ର ୧୫ ମିନିଟ ଚାଲିଥିବା ବେଳେ ପାଗ ଖରାପ ହୋଇଯାଇଥିଲା । ବର୍ଷା ହୋଇନଥିଲା କିନ୍ତୁ ବିଜୁଳି ମାରୁଥିଲା । ଆଉ ଠିକ୍‌ ସମୟରେ ବିଜୁଳି ମାରିଥିଲା । ପ୍ରଥମେ ବିଜୁଳି ମାରିଥିବା ବେଳେ ଦ୍ୱିତୀୟ ବିଜୁଳି ସିଧାସଳଖ ଖେଳାଳିଙ୍କ କାନ୍ଧରେ ବାଜିଥିଲା । ଆଉ ଘଟଣା ସ୍ଥଳରେ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଥିଲା ।

ଏହା ଦେଖି ସାଥି ଖେଳାଳି କ’ଣ ହେଲା ବୁଝିପାରିନଥିଲେ । ହେଲେ ସାଥି ଖେଳାଳି କିଛି ସମୟ ପରେ ନ ଉଠିବାରୁ ସେମାନେ ଯାଇ ଦେଖିଥିଲେ । ବିଜୁଳି ମାରିବା ସମୟରେ ଅନେକ ଖେଳାଳି ଦୌଡିଥିଲେ, ଆଉ କିଛି ତଳେ ଶୋଇପଡିଥିଲେ । କିଛି ସମୟ ପରେ ଖେଳାଳଙ୍କୁ ହସପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଭିଡିଓ X ରେ ଭାଇରଲ ହେଉଛି । ଯାହାକୁ ଦେଖି ସମସ୍ତେ ଡରି ଯାଉଛନ୍ତି । ତେବେ ଇଣ୍ଡୋନେସିଆରେ ଖେଳାଳିଙ୍କ ଉପରେ ବିଜୁଳି ପଡିବା ନୂଆ ନୁହେଁ । ଏହା ପୂର୍ବରୁ ୨୦୨୩ରେ ଏକ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.