RO ପରୀକ୍ଷା ଦେଇ ନ ପାରିବାରୁ ହଙ୍ଗାମା କଲେ ଯୁବକ, ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅନେକ ବାଟ ଚାଲିଲେ

ୟୁପିର ଗାଜିପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ପରୀକ୍ଷା ସମୟରେ ପହଞ୍ଚି ନ ପାରିବାରୁ କ୍ରୋଧିତ ଯୁବକ ରାଜରାସ୍ତାରେ ହିଁ ଉଲଗ୍ନ ହୋଇଯାଇଥିଲେ ।

ୟୁପିର ଗାଜିପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ପରୀକ୍ଷା ସମୟରେ ପହଞ୍ଚି ନ ପାରିବାରୁ କ୍ରୋଧିତ ଯୁବକ ରାଜରାସ୍ତାରେ ହିଁ ଉଲଗ୍ନ ହୋଇଯାଇଥିଲେ । ଏପରି କି, ଯୁବକ ଜଣକ କୌଣସି ଧାରୁଆ ଜିନିଷରେ ନିଜ ଶରୀରକୁ ମଧ୍ୟ ଆଘାତ ଦେଇଥିଲେ । ସେ ଉଲଗ୍ନ ଅବସ୍ଥାରେ ଅନେକ କିଲୋମିଟର ଚାଲିଚାଲି କୋତଓ୍ଵାଲି ପହଞ୍ଚିଥିଲେ ।

ସୈଦପୁର କୋତଓ୍ଵାଲି ବାହାରେ ହିଁ ପୋଲିସ ତାଙ୍କୁ ଅଟକାଇଥିଲେ ଏବଂ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଯୁବକ ସେହି ଅବସ୍ଥାରେ ହିଁ ନିଜ ଘରକୁ ଚାଲି ଯାଇଥିଲେ ।

ସୂଚନା ଅନୁସାରେ, ଗାଜିପୁର ଖାନପୁର ଥାନା ଅଞ୍ଚଳର ସୂରଜ ଯାଦବ ନାମକ ଯୁବକଙ୍କୁ ରବିବାର ସମୀକ୍ଷା ଅଫିସର (ଆର୍‌ଓ) ପରୀକ୍ଷା ଦେବାର ଥିଲା । ସକାଳେ ସେ ନିଜ ଆଡ୍‌ମିଟ କାର୍ଡ ଆଦି ବ୍ୟାଗ୍‌ରେ ଧରି ଏକ ଘରୋଇ ବସ୍‌ରେ ବସିଥିଲେ । ରାସ୍ତାରେ ଯାତ୍ରୀମାନଙ୍କ ଜଳପାନ ପାଇଁ ବସ୍‌ଟି ଏକ ସ୍ଥାନରେ ଅଟକିଥିଲା । ସେହି ସମୟରେ ସୂରଜ ବସ୍‌ରୁ ପରିସ୍ରା ପାଇଁ ଓହ୍ଲାଇଥିଲେ । ହେଲେ ଫେରିଲା ବେଳକୁ ବସ୍‌ଟି ସେଠାରୁ ଯାଇସାରିଥିଲା । ଯାହାଫଳରେ ତାଙ୍କ ଆଡ୍‌ମିଟ କାର୍ଡ ଆଦି ବସ୍‌ ଭିତରେ ରହି ଯାଇଥିଲା ।

ଏହା ଦେଖି ସେ ଖୁବ୍‌ ହଙ୍ଗାମା କରିଥିଲେ ଏବଂ ଉଚ୍ଚ ସ୍ୱରରେ ବସ୍‌ ଡ୍ରାଇଭରଙ୍କୁ ଗାଳି କରିବାକୁ ଲାଗିଥିଲେ । ଏଥିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା, ସେ ସେହିଠାରେ ହିଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଯାଇଥିଲେ । ଏହାସହ କୌଣସି ଧାରୁଆ ଜିନିଷରେ ନିଜ ଶରୀରକୁ ଆଘାତ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.