Below header

ଭୂମି ଦାନ କରି ପ୍ରଶଂସାର ପାତ୍ର ରାମଚନ୍ଦ୍ର, ଏବେ ସୁବିଧା ପାଇବେ ପଞ୍ଚାୟତବାସୀ

ବହୁ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଏବେ ସୁବିଧା ପାଇବେ ଏହି ପଞ୍ଚାୟତର ଜନସାଧାରଣ ।

ସାଲେପୁର(କେନ୍ୟୁଜ୍): ବହୁ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଏବେ ସୁବିଧା ପାଇବେ ପଂଚାୟତର ଜନ ସାଧାରଣ । ନୂତନ ଗ୍ରାମ ପଂଚାୟତ ଘୋଷଣା ପରେ ନିଜସ୍ୱ ଗୃହ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ପଂଚାୟତବାସୀ । ଏପଟେ ସରକାରୀ ଜାଗା ନ ଥିବାରୁ ହୋଇ ପାରିନଥିଲା ପଂଚାୟତ ଗୃହ । ଗୃହ ନହୋଇ ପାରିବାରୁ ସେହି ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତି ବଢାଇଲେ ସହାତାର ହାତ । ଯିଏକି ନିଜ ଭୂମି ଦାନ କରି ଅଂଚଳବାସୀଙ୍କ ପାଇଁ ହୋଇଛନ୍ତି ପ୍ରଶଂସାର ପାତ୍ର । ଯାହାଙ୍କ ନା ରାମଚନ୍ଦ୍ର ସାହୁ । ଆଉ ଆଜି ସେହି ସ୍ଥାନରେ ନିର୍ମିତ ହୋଇଛି ଗ୍ରାମ ସଂସଦ ।

ଏହିଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ବଡ଼ କ୍ଷୀର ଗୋପପୁର ଠାରେ । ଆଜି ସେହି ଗ୍ରାମ ସଂସଦ ବଢଖୀର ଗୋପପୁର ଠାରେ ନବ ନିର୍ମିତ ଗୃହକୁ ଉଦଘାଟନ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଶୁଭ ଉଦଘାଟନ କରିଥିଲେ । ଏଥିରେ ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ ମାନେ ବିଶାଳ ପଟୁଆରରେ ଆଣି ଉଦଘାଟନ ସ୍ଥଳରେ ଛାଡିଥିଲେ।

ବହୁ ମହିଳା ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ । ଏକ ସାଙ୍ଗରେ ପାଖାପାଖି ଆନନ୍ଦ ବଜାର, ଅରଖିଆ ଅଙ୍ଗନବାଡି କେନ୍ଦ୍ର ଓ ଗ୍ରାମ ସଂସଦକୁ ଲୋକାର୍ପଣ କରିଥିଲେ ବିଧାୟକ। ଏଥିସହିତ ବରିଷ୍ଟ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ହି ପଂଚୟତର ପୂର୍ବ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଭୂମିଦାତାଙ୍କୁ ମଧ୍ୟ ତାଙ୍କ ଦାନ ପାଇଁ ବିଧ୍ୟାୟକ ସମ୍ବର୍ଦ୍ଧିତ କରି ତାଙ୍କ ମହନିୟତାକୁ ପ୍ରଶଂସା କରିଥିଲେ । କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.