କଂଗ୍ରେସକୁ ବଡ଼ ଝଟ୍‌କା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଦଳରୁ ଦେଲେ ଇସ୍ତଫା

କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟିବା ପରେ ଚୌହାନ ଇସ୍ତଫା ଦେଇଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟିବା ପରେ ଚୌହାନ ଇସ୍ତଫା ଦେଇଛନ୍ତି । ଅଶୋକ ଚୌହାନ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି ।

ଚୌହାନ ମହାରାଷ୍ଟ୍ରର ଜଣେ ବଡ଼ ମରାଠା କଂଗ୍ରେସ ନେତା । ସେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଅଶୋକ ଚୌହାନଙ୍କ ପ୍ରଥମ କାର୍ଯ୍ୟକାଳ ୨୦୦୮ ଡିସେମ୍ବରରୁ ୨୦୦୯ ନଭେମ୍ବର ମଧ୍ୟରେ ଥିଲା । ଏହିପରି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ସେ ୨୦୦୯ ନଭେମ୍ବରରୁ ୨୦୧୦ ନଭେମ୍ବର ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ।

ଲୋକସଭା ନିର୍ବାଚନ ପୂର୍ବରୁ ଅଶୋକ ଚୌହାନଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି । ତାଙ୍କ ପୂର୍ବରୁ ବାବା ସିଦ୍ଦିକି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏହିପରି ମୁମ୍ବାଇ କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାରର ନିକଟତମ ମିଲିନ୍ଦ ଦେଓଡ଼ା ବି ଇସ୍ତଫା ଦେଇଛନ୍ତି ।

ଅଶୋକ ଚୌହାନଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାଙ୍କ ବାପା ଶଙ୍କର ରାଓ ଚୌହାନ ଜଣେ ବରିଷ୍ଠ ନେତା ଥିଲେ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.