Facebook ଏବଂ Instagramରେ ଆସିବ AI ଇମେଜର ଖାସ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

ଧୀରେ ଧୀରେ ସମସ୍ତ କମ୍ପାନୀ ସେମାନଙ୍କ ସର୍ଭିସରେ AI ଫିଚରର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ ଆପ୍‌ରେ ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏହି ପ୍ରସଙ୍ଗରେ ଆଗେଇ ଆସିଛି । ଏପରି ଭାବେ ମେଟା ବହୁତ ଦିନ ଧରି ଏହାର ସର୍ଭିସ ପାଇଁ AI ଟେକ୍ନୋଲୋଜି ଉପରେ କାର୍ଯ୍ୟ କରିଆସୁଛି ।

AI ଅର୍ଥାତ୍ ଆଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବିଷୟରେ ଗତ କିଛି ମାସ ଧରି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ନୂତନ ଟେକ୍ନୋଲୋଜିର ବ୍ୟବହାର ସାରା ବିଶ୍ୱରେ ହେଉଛି । ଧୀରେ ଧୀରେ ସମସ୍ତ କମ୍ପାନୀ ସେମାନଙ୍କ ସର୍ଭିସରେ AI ଫିଚରର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପ ଆପ୍‌ରେ ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏହି ପ୍ରସଙ୍ଗରେ ଆଗେଇ ଆସିଛି । ଏପରି ଭାବେ ମେଟା ବହୁତ ଦିନ ଧରି ଏହାର ସର୍ଭିସ ପାଇଁ AI ଟେକ୍ନୋଲୋଜି ଉପରେ କାର୍ଯ୍ୟ କରିଆସୁଛି ।

ମେଟା AI ଫିଚର ଉପରେ କାର୍ଯ୍ୟ କରୁଅଛି :
ବର୍ତ୍ତମାନ ଖବର ଆସୁଛି ଯେ ବହୁତ ଶୀଘ୍ର ମେଟା ଆଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ସାହାଯ୍ୟରେ ଇମୋଜି ସୃଷ୍ଟି କରିବାକୁ ଏକ ଫିଚର ଉପରେ କାମ କରୁଛି । AI ଇମେଜ୍‌ ଜେନେରେସନ୍‌ ଟୁଲ୍‌ର ବଢୁଥିବା ଲୋକପ୍ରିୟତା ହେତୁ ମେଟା ଏହି ଫିଚରକୁ ଏହାର ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଆଜିକାଲି AI ଇମେଜ୍‌ ଏବଂ ମଣିଷର ପ୍ରକୃତ ଫଟୋ ମଧ୍ୟରେ କେଉଁ ଇମେଜ୍‌ ବାସ୍ତବ ତାହା କହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ।

ମେଟାର ଅଧ୍ୟକ୍ଷ ନିକ୍ କ୍ଲେଗ୍ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୁଝାଇକି କହିଛନ୍ତି ଯେ, ଯେହେତୁ ମଣିଷ ଏବଂ ସିନ୍ଥେଟିକ୍ କଣ୍ଟେଟ୍‌ ମଧ୍ୟରେ ଅସ୍ପଷ୍ଟ ହୋଇଯାଉଛି, ସେଥିପାଇଁ ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଏହାର ବାଉଣ୍ଡ୍ରି ଲାଇନ୍ସ କେଉଁଠାରେ ରହିଛି । ତେବେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ମେଟା ନିଜର ତିଆରି କରିଥିବା AI ଇମେଜ୍‌ଗୁଡ଼ିକୁ ଲେବଲ୍ କରୁଛି । ଯାହା ଦ୍ୱାରା ୟୁଜର୍ସମାନେ ଜାଣିପାରିବେ ଯେ ଇମେଜ୍‌ AI ଦ୍ୱାରା ସୃଷ୍ଟି ହୋଇଛି ।

ବର୍ତ୍ତମାନ କମ୍ପାନୀ ଗୁଗୁଲ, ମାଇକ୍ରୋସଫ୍ଟ, ଆଡୋବ ଏବଂ ଅନ୍ୟାନ୍ୟ AI ଇମେଜ୍‌ ତିଆରି କରୁଥିବା ପ୍ଲାଟଫର୍ମ ସହିତ ଲେବଲ୍ କରିଥିବା, AI ଇମେଜ୍‌ ସୃଷ୍ଟି କରିବାକୁ ଏକ ଫିଚରର ପ୍ଲାନ କରୁଛି । ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ ‘ଏହି ସିଗନାଲଗୁଡ଼ିକୁ ଚିହ୍ନଟ କରିବାରେ ସକ୍ଷମ ହେବା ଦ୍ୱାରା ଆମ ପାଇଁ AI ଜେନେରେଟ୍‌ ଇମେଜ୍‌ଗୁଡ଼ିକୁ ଲେବଲ୍ କରିବା ସମ୍ଭବ ହେବ । ଯାହା ୟୁଜର୍ସମାନେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡରେ ପୋଷ୍ଟ କରନ୍ତି । ଏହା ସହିତ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡରେ ୟୁଜର୍ସମାନେ ଜାଣିବେ କେଉଁ ଇମେଜ୍‌ଗୁଡ଼ିକ AI ଦ୍ୱାରା ସୃଷ୍ଟି ହୋଇଛି ଏବଂ କେଉଁ ଇମେଜ୍‌ଗୁଡ଼ିକ ସୃଷ୍ଟି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.