ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମିଳିଲା ଜାମିନ୍‌

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ୪ ଜଣ ଦୋଷୀ ପୂର୍ବରୁ ହିଁ ୧୪ ବର୍ଷ ୯ ମାସ ଜେଲରେ ରହି ସାରିଛନ୍ତି । କୋର୍ଟ ୪ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ନିଲମ୍ବିତ କରି ଦେଇଛନ୍ତି ।

ଟିଭି ସାମ୍ବାଦିକା ହତ୍ୟା ମାମଲାରେ ଗତ ବର୍ଷ ନଭେମ୍ବରରେ ଦିଲ୍ଲୀର ସାକେତ କୋର୍ଟ ରବି କପୁର, ଅଜୟ କୁମାର, ବଲଜିତ ମଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ଗତ ମାସରେ ଚାରିଜଣ ଦୋଷୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାକେତ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ।

କହି ରଖୁଛୁ, ୨୦୦୮ ସେପ୍ଟେମ୍ବର ୩୦ରେ ଦିଲ୍ଲୀର ନେଲସନ ମଣ୍ଡେଲା ରୋଡରେ ସୌମ୍ୟା ବିଶ୍ୱନାଥନଙ୍କୁ ହତ୍ୟା କରାଯାଇଥିଲା । ସେ ନାଇଟ୍ ସିଫ୍ଟ ସାରି ଅଫିସରୁ ଘରକୁ ଫେରୁଥିଲେ । ଡକାୟତି ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.