ସରିଲା ମାଟ୍ରିକ ପରୀକ୍ଷା, ଅପ୍ରେଲ ୩ ରୁ ଖାତା ଦେଖା ଆରମ୍ଭ

ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ।୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ।ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।  

କଟକ(କେନ୍ୟୁଜ) : ଆଜି ସରିଛି ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ ତାରିଖ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ।୫୬ ଟି ମୂଲ୍ୟାୟନ କେନ୍ଦ୍ରରେ କରାଯିବ ମୂଲ୍ୟାୟନ।ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ଆଜି  ଶେଷ ଦିନରେ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍‌ ସମୟ ମିଳିଥିଲା। ପ୍ରଶ୍ନପତ୍ର ସହଜ ଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ। ଚଳିତ ବର୍ଷ ରାଜ୍ୟର ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ମୋଟ ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ। ଚଳିତ ଥର କପି ରୋକିବାକୁ କେନ୍ଦ୍ରୀୟ ସ୍କ୍ଵାଡ ଗଠନ କରାଯାଇଥିଲା । ସେଣ୍ଟରଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଥିଲା। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ମାଟ୍ରିକ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.