Below header

ସରିଲା ବିଧାନସଭାର ବଜେଟ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

କେନ୍ୟୁଜ୍(ବ୍ୟୁରୋ):  ସରିଲା ବିଧାନସଭାର ବଜେଟ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ । ଏଥର ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିବସ ଥିଲା । ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା । ଆଜି ଅଧିବେଶନର ଶେଷ ଦିନରେ ପାରିତ ହୋଇଛି ୨୦୨୨-୨୩ ର ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ।
ତେବେ ବଜେଟ କେନ୍ଦ୍ରୀୟ ଯୋଜନା ଉପରେ ସମ୍ପୂର୍ଣ ନିର୍ଭରଶୀଳ ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

ଗତ ୨୨ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଆଖି ଦୃଶିଆ ଉନ୍ନତି ହୋଇନାହିଁ । ସେହିପରି ଉନ୍ନୟନ ମୂଳକ କାର୍ଯ୍ୟରେ ଯେତିକି ଖର୍ଚ୍ଚ ହେବ କଥା ତାହା ବଜେଟ୍‌ରେ ବ୍ୟବସ୍ଥା କରାଯାଇନାହିଁ ବୋଲି କହିଛନ୍ତି । ବଜେଟରେ ବିକାଶର ଭିଜନ କି ଦୀର୍ଘ ମିଆଦୀ ଯୋଜନା ନଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ କଥା କହିଛନ୍ତି ତାହା ନିରାଧାର । ଲେଖାନୁଦାନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଲାଗି ବ୍ୟୟ ବରାଦ କରାଯାଇଥାଏ । ତେଣୁ ନୂଆ ଯୋଜନା ପୂର୍ଣ୍ଣାଙ୍ଗ ବଜେଟ ସମୟରେ ଅଣାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.