Below header

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ, ତିନି ପ୍ରମୁଖ ରାଜନୈତିକ ଦଳଙ୍କ ରଣନୀତି ହୋଇ ସାରିଛି ଚୂଡ଼ାନ୍ତ

ଭୁବନେଶ୍ବର: ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଏଥର ଅଧିବେଶନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ସଜବାଜ ହୋଇଛନ୍ତି । ରଣନୀତି ଚୂଡ଼ାନ୍ତ ହୋଇ ସାରିଛି। ଶୀତ ଅଧିବେଶନରେ କଟକଣା ପାଇଁ ପ୍ରଶ୍ନକାଳ ନଥିଲା। ଏଥର ଅଧିବେଶନରେ ପ୍ରଶ୍ନକାଳ ରହିଛି। ତେଣୁ ବିଧାନସଭାରେ ଆଲୋଚନା ସରଗରମ ହେବ ।

ସରକାରଙ୍କୁ ପ୍ରଶ୍ନବାଣ ମାରିବାକୁ ବିରୋଧୀଙ୍କ ପାଖରେ ସୁଯୋଗ । ସୀମାନ୍ତ ବିବାଦରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା, ଚାଷୀ-ଚାଷଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠିପାରେ । ସେପଟେ କେନ୍ଦ୍ରୀୟ ଅବହେଳକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ଯାଉଛି ବିଜେଡି। ଦୈନିକ ୫ ଘଣ୍ଟା ଚାଲିବ ଗୃହକାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.