Below header

ଏକାଧିକ ଯୁବତୀଙ୍କୁ ବିବାହ କରି ନିର୍ଯାତନା, ଥାନାରେ ଏତଲା ପରେ ଗିରଫ ହେଲା ବିଲ୍‌ଡର ପ୍ରିୟବ୍ରତ ମିଶ୍ର

ଭୁବନେଶ୍ବର(କେନ୍ଯୁଜ୍): ଗୋଟିଏ ନା ଦୁଇଟା ନା ତିନିଟା ? କେତୋଟି ବାହା ହୋଇଛନ୍ତି ରସିକିଆ ବାବୁ ? ଏବେ ପୋଲିସ୍‌ ଖୋଲିବ ରହସ୍ୟ । ଏମିତି ଜଣେ  ରସିକିଆ ଯୁବକଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ପ୍ରଥମ ସ୍ତ୍ରୀ ଅଛନ୍ତି । ତାଙ୍କୁ ଛାଡ଼ପତ୍ର ନେଦେଇ କୁଆଡ଼େ ଆହୁରି ଦୁଇ ଦୁଇଟି ବାହା ହୋଇଛନ୍ତି । ଏମିତିକି ଏହି ପତ୍ନୀମାନଙ୍କୁ ଜଣା ନାହିଁ ତାଙ୍କ ସ୍ୱାମୀଙ୍କର କେତୋଟି ସ୍ତ୍ରୀ । ପ୍ରଥମ ସ୍ତ୍ରୀ ତ ଅଭିଯୋଗ କରିଥିଲେ, ଏବେ ତୃତୀୟ ପତ୍ନୀଙ୍କ ଅଭିଯୋଗରେ ଗିରଫ ହୋଇଛନ୍ତି ଯୁବକ ଜଣକ ।

ଏକଦମ୍ ରୟାଲ ଷ୍ଟାଇଲରେ ହେଉଥିଲା ବାହାଘର । ଭଲ ଯୌତୁକ ସହ ନାମୀ ଦାମୀ ଗାଡି ଏବଂ ଲକ୍ଷାଧିକ ଟଙ୍କା ନେଇ କରୁଥିଲେ ବିବାହ। ବର୍ଷ ବଦଳିଲା ଭଳି ପତ୍ନୀ ବଦଳାଉ ଥିଲେ ଯୁବକ ଜଣକ । ପେସାରେ ସେ ଜଣେ ବିଲଡର। ବିନା ଛାଡପତ୍ରରେ ଏକାଧିକ ଯୁବତୀଙ୍କୁ ବିବାହ କରିଛନ୍ତି ଏହି ଯୁବକ ଜଣକ। ସ୍ୱାମୀର ପୂର୍ବ ବିବାହ କଥା ଜାଣିବା ପରେ କ୍ୟାପିଟାଲ ଥାନାରେ ତୃତୀୟ ପତ୍ନୀ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ବିଲଡର ପ୍ରିୟବ୍ରତ ମିଶ୍ରଙ୍କୁ ଗିରଫ କରିଛି।

ପ୍ରଥମ ପତ୍ନୀ ଜଣକ ହେଉଛନ୍ତି କଟକ ନିଆଳି ଅଞ୍ଚଳର । ତାଙ୍କ ଅଭିଯୋଗ ଅନୁଯାୟୀ ବିଲଡର ପ୍ରିୟବ୍ରତ ୨୦୧୮ରେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଦୁଇ ବର୍ଷର ପୁଅ ମଧ୍ୟ ଅଛି। ଯୌତୁକରେ ଦାମୀ ଗାଡି ସହ ବହୁ ପରିମାଣର ସୁନା ଆଉ ଟଙ୍କା ମଧ୍ୟ ନେଇଥିଲେ। ହେଲେ ତାପରେ ଘରୋଇ ହିଂସା ଆରମ୍ଭ ହୋଇଗଲା । ତାଙ୍କୁ ଶାଶୁ ଘରେ ନିର୍ଯାତନା ଦେବା ସହ ଗାଳିଗୁଲଜ କରି ମାନସିକ ଅତ୍ୟାଚାର କରୁଥିଲେ । ତେଣୁ ସେ ନିଜ ବାପ ଘରକୁ ପଳାଇ ଯାଇଥିଲେ ।

୨୫ ଲକ୍ଷ ଟଙ୍କା ଦରମା ପାଉଛନ୍ତି ଏବଂ ବହୁତ ଘର ଦ୍ୱାର ସମ୍ପତ୍ତି ବାଡି ଅଛି କହି ପୂରା ଜାକଯମକରେ ବାହା ହେଉଥିଲେ ପ୍ରିୟବ୍ରତ। ହେଲେ ଏବେ ସବୁ ଫସର ଫାଟିଗଲା।

ସୂଚନା ଅନୁସାରେ କେବଳ ପ୍ରଥମ ପତ୍ନୀ ନୁହନ୍ତି ତୃତୀୟ ପତ୍ନୀ ମଧ୍ୟ ପ୍ରିୟବ୍ରତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଯିଏକି ଗଞ୍ଜାମ ଅଞ୍ଚଳର । ଚଳିତ ବର୍ଷ ସେମାନଙ୍କର ବାହାଘର ହୋଇଛି । ଦୁଇଟି ଥାନାରେ ଅଲଗା ଅଲଗା ଏତଲା ଦେଇଛନ୍ତି ପ୍ରଥମ ଏବଂ ତୃତୀୟ ସ୍ତ୍ରୀ। କ୍ୟାପିଟାଲ ଥାନାରେ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ପ୍ରିୟବ୍ରତଙ୍କୁ ସୂର୍ଯ୍ୟନଗର ସ୍ଥିତ ଘରୁ ଗିରଫ କରାଯାଇଛି। ପୂର୍ବରୁ ପ୍ରଥମ ପତ୍ନୀ ମହିଳା ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଅବଶ୍ୟ ଏସବୁ ଭିତରେ ସ୍ପଷ୍ଟ ହୋଇନି ଦ୍ୱିତୀୟ ପତ୍ନୀଙ୍କ ବିଷୟରେ । କିନ୍ତୁ ତୃତୀୟ ପତ୍ନୀଙ୍କ କଥାରୁ ଏ ନେଇ ସୂଚନା ମିଳିଛି ।

ତେବେ ପ୍ରିୟବ୍ରତ ଏଭଳି କାହିଁକି କରୁଥିଲେ? ଏଭଳି ଗୋଟିଏ ପରେ ଗୋଟିଏ ବିବାହ କରିବା ପଛର କାରଣ କଣ ? ସେସବୁ ସ୍ପଷ୍ଟ କରିବ ପୋଲିସ୍‌ ତଦନ୍ତ । ଅନ୍ୟପକ୍ଷରେ ପତ୍ନୀମାନଙ୍କର ଏଭଳି ଅଭିଯୋଗ ପରେ ପ୍ରିୟବ୍ରତ କିମ୍ବା ତାଙ୍କ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.