ଦଙ୍ଗଲ ଓ ପଙ୍ଗାର ନିର୍ଦ୍ଦେଶକ ତିଆରି କରିବେ ଲିଏଣ୍ଡର ପେସ୍ ଓ ମହେଶ ଭୂପତିଙ୍କ ଉପରେ ୱେବ୍ ସିରିଜ

ଭାରତୀୟ ଟେନିସ ତାରକା ଲିଏଣ୍ଡର ପେସ୍ ଓ ମହେଶ ଭୂପତିଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ୱେବ ସିରିଜ। ସେମାନଙ୍କ ଜୀବନ, ଟେନିସ ଷ୍ଟାର ହେବାର ଯାତ୍ରା ଓ ଉପଲବ୍ଧି ଉପରେ ଏକ ସିରିଜ କରିବାକୁ ଆଜି ଘୋଷଣା ହୋଇଛି। ପ୍ରକାଶ ଯେ ୨୨ ବର୍ଷ ପୂର୍ବେ ୧୯୯୯ ମସିହାରେ ଉଇମବେଲଡନ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଯୋଡ଼ି ହେଉଛନ୍ତି ପେସ୍ ଓ ଭୂପତି।

ଏହି ୱେବ ସିରିଜରେ ଏକାଠି ନିର୍ଦ୍ଦେଶନା ଦେବେ ଦଙ୍ଗଲ ଓ ଛିଛୋରେର ନିର୍ଦ୍ଦେଶକ ନିତେଶ ତିୱାରୀ ଏବଂ ପଙ୍ଗା, ବରେଲି କି ବର୍ଫି ର ନିର୍ଦ୍ଦେଶକ ଅଶ୍ୱିନୀ ତିୱାରୀ ଆୟାର। ପ୍ରଥମ ଥର ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଏହି ୱେବ୍ ସିରିଜରେ କାମ କରିବେ। ଲିଏଣ୍ଡର ଓ ମହେଶଙ୍କ ଯାତ୍ରା ଓ ଉପଲବ୍ଧି ଉପରେ ନିର୍ମାଣ ହେବାକୁ ଥିବା ଏହି ସିରିଜ ଜି5ରେ ରିଲିଜ ହେବ।

ରବିବାର ଲିଏଣ୍ଡର ପେସ ଉଇମବେଲଡନ ପୁରସ୍କାର ଜିତିବାକୁ ୨୨ ବର୍ଷ ପୂରିଛି। ଏ ଅବସରରେ ସେ ଟ୍ୱିଟ କରି ଲେଖିଛନ୍ତି- ୨୨ ବର୍ଷ ତଳେ ଆଜିର ଦିନରେ ଆମେ @Wimbleson ଜିତିଥିବା ପ୍ରଥମ ଯୋଡ଼ି ହୋଇଥିଲୁ। ଦୁଇଟି ଯୁବକ ଭାବେ ଆମେ କେବଳ ଦେଶକୁ ଗୌରବାନ୍ବିତ କରିବାକୁ ସ୍ୱପ୍ନ ଦେଖିଥିଲୁ। ଏହି ଟ୍ୱିଟରେ ଆଲୋଚନା ବେଳେ ଲିଏଣ୍ଡର ଓ ମହେଶ ପୁଣିଥରେ ଏକାଠି ଆସିବାକୁ ସଂକେତ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.