ଜନ୍ମଦିନରେ ପୋଖରୀରେ ଥିବା ମାଛକୁ ଅଟା ଗୋଳା ଖାଇବାକୁ ଦିଅନ୍ତୁ, ମିଳିବ ଶୁଭଫଳ

ଜନ୍ମଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବେଶ ସ୍ୱତନ୍ତ୍ର ରହିଥାଏ। ଜନ୍ମଦିନରେ ଅନେକ ଲୋକ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି। କିଛି ଲୋକ ନିଜ ପରିବାର ସହିତ ଆଉ କିଛି ଲୋକ ସାଙ୍ଗମାନଙ୍କ ସହିତ ସେଲିବ୍ରେଟ୍‌ କରିଥାନ୍ତି। ଜନ୍ମଦିନ କିଛି ଲୋକ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥାନ୍ତି। କିନ୍ତୁ ଏମିତି କିଛି ଜିନିଷ ରହିଛି, ଯାହା ଜନ୍ମଦିନରେ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଜାଣନ୍ତୁ କ’ଣ :

ଜନ୍ମଦିନ ଦିନ ସକାଳୁ ଜଲଦି ଉଠି ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ଅର୍ଘ୍ୟ ଦେବା ଉଚିତ। ଏହା ପରେ ଇଷ୍ଟ ଦେବଙ୍କ ଧ୍ୟନ କରି ପୂଜା ଆରାଧନା କରିବା ଉଚିତ। ନିଜ ରାଶି ଅନୁସାରେ ସ୍ୱାମୀ ଗ୍ରହଙ୍କ ମନ୍ତ୍ର ଜାପ କରିବା ଉଚିତ। ଏହାଦ୍ୱାରା ଆପଣଙ୍କ ଉପରେ ଦେବତାଙ୍କ କୃପା ରହିବ।

ଏହିଦିନ ଘରର ବୟସ୍କ ଏବଂ ମାତା ପିତାଙ୍କ ଆଶୀର୍ବାଦ ନେବା ଉଚିତ। ଯିଏ ନିଜଠାରୁ ବଡଙ୍କୁ ସମ୍ମାନ କରିଥାଏ, ତାଙ୍କ ଉପରେ ଦେବତା ପ୍ରସନ୍ନ ହୁଅନ୍ତି।

ଜନ୍ମଦିନରେ ଆବଶ୍ୟକୀୟ ଥିବା ବ୍ୟକ୍ତିଙ୍କୁ ଭୋଜନ କରିବାକୁ ଦେବା ଉଚିତ। ଏହା ସହିତ କ୍ଷମତା ଅନୁସାରେ ଅନ୍ନ ଏବଂ ଅନ୍ୟ ଜିନିଷ ଦାନ କରିବା ଦରକାର।

ନିଜ ଜନ୍ମଦିନରେ ପଶୁଙ୍କ ସେବା ଅବଶ୍ୟ କରିବା ଉଚିତ। ଗାଈକୁ ଚାରା ଦିଅନ୍ତୁ। ମାଛ ପାଇଁ ନଦୀ କିମ୍ବା ପୋଖରୀରେ ଅଟା ଗୋଳା କରି ପକାନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.