ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘ବୁଲବୁଲ’, ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି

ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘ବୁଲବୁଲ’ । ଘଣ୍ଟା ପ୍ରତି ୧୦ କିମି ବେଗରେ ମାଡ଼ିଆସୁଛି । ପାରାଦୀପଠାରୁ ୩୯୦ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି । ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ପଶ୍ଚିମବଙ୍ଗର ସାଗର ଦ୍ୱୀପ,ବାଂଲାଦେଶର ଖେପୁପାରା ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ବୁଲ୍‌ବୁଲ୍‌। ଏହି ସମୟରେ ପବନର ବେଗ ୧୦୦ କିଲୋମିଟରରୁ ବଢି ୧୪୫ କିଲୋମିଟର ହେବ। ଏହାପରେ ଧୀରେ ଧୀରେ ବାତ୍ୟା ‘ବୁଲବୁଲ’ ଦୁର୍ବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୩୫ରୁ୪୫କିମି ବେଗରେ ପବନ ବହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.